STORYMIRROR

jyotsna mayee panda

Others

3  

jyotsna mayee panda

Others

କାତ୍ୟାୟିନୀ

କାତ୍ୟାୟିନୀ

1 min
254

ତୁମେ ଜଗତଜନନୀ ... 

ତୁମେ ଖଡ୍ଗ ପଦ୍ମଧାରିଣୀ.... 

ତୁମେ ତ ଜଗତତାରିଣୀ... 

ତୁମେ ଅଟ ମାଆ କାତ୍ୟାୟନୀ... 

ଆଜ୍ଞା ଚକ୍ରେ ବିରାଜିତା .... 

ପିତାମ୍ବରୀ ପରିଧାନୀ.... 

ତୁମେ ତ ମହିଷାମର୍ଦିନୀ... ll

ଋଷି କାତ୍ୟାୟନ ତପସ୍ୟାରେ.. 

ଜନ୍ମ ତୁମେ ହେଲ...

ବ୍ରହ୍ମା, ବିଷ୍ଣୁ, ମହେଶ୍ୱର କରୁଣା ପାଇଲ.. 

ବିନ୍ଧ୍ୟ ଗିରି ପର୍ବତରେ.. 

ନିବାସ ଯେ କଲ... 

ବୈଦ୍ୟନାଥ ଧାମେ ପୁଣି....

ମାତା ବୋଲାଇଲ... 

ମହିଷାସୁର ଦୈତ୍ୟକୁ.. 

ସଂହାର ଯେ କଲ... 

କାତ୍ୟାୟିନୀ ନାମେ ପୁଣି.... 

ପୂଜା ଯେ ପାଇଲ.... 

ବିରlଙ୍ଗନା ସିଂହ ପୃଷ୍ଠେ... 

ବିଜେ ମାତା କର... 

ଅଭୟ ମୁଦ୍ରାରେ ଭକ୍ତେ... 

ଅଭୟ ଯେ ଦିଅ.... 

ତୁମେ କାତ୍ୟାୟିନୀ ମାତା .... 

ବର ମୁଦ୍ରା ସ୍ଥିତି 

ଅଭୟ ବରଦାୟିନୀ... 

ତୁମେ ଭଗବତୀ... ..

ଅନନ୍ତ ଚେତନା ଉତ୍ସ.. 

ତୁମେ ଯୋଗ ମାୟା... 

ମୁହିଁ ଦିନ ଅକିଞ୍ଚନ.... 

ହୁଅ ବାରେ ସାହା.... 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍