STORYMIRROR

Binapani Tripathy

Others

3  

Binapani Tripathy

Others

କାଶତଣ୍ଡୀ

କାଶତଣ୍ଡୀ

1 min
284

ଥୋଳା ଥୋଳା ବଉଦ 

ତୁଳାଭିଣା ବଳିଲା ଦେହକୁ 

ବିଛେଇ ଦେଇଛି 

ମଥାନରୁ ଦିଗବଳୟ ଯାଏଁ

ଲୁଚକାଳି ଖେଳୁଥାଏ ସୂର୍ଯ୍ୟ ।

ଏଇ ଖରା ଏଇ ଛାଇର 

ପୁଳା ପୁଳା ମୁହୂର୍ତ୍ତ 

ଭୋଗ କରୁଛି ମାଟି 

ସବୁଜିଆ ଶାଢୀ ଖଣ୍ଡେ ପିନ୍ଧି 

ହସୁଛି ମୁରୁକି 

ନଈ ନାଳ ଗୋହିରୀର ଭରପୁର ଯୌବନ 

ଆନମନା କାଚକେନ୍ଦୁ ପାଣି 

ଧାରେ ଧାରେ କାଶତଣ୍ଡୀର ବେଭାର 

ଦେଉଛି ଇସାରା 

ଶରତ, ଏ ପାର୍ବଣର ଋତୁ 

ଧରା ପୃଷ୍ଠେ ଦସ୍ତକ ଦେଲାଣି ।।


ହଁ, ସଜବାଜ ହେଲାଣି ରାସ୍ତାଘାଟ

ମାଆ ଦଶଭୁଜା ଆଗମନେ 

ଲିପା ପୋଛା ପିଣ୍ଡା ଦେହେ 

ଜକ ଜକ ଝୋଟିର ଛଟକ 


ଗଙ୍ଗଶିଉଳି ର ଭୁରୁ ଭୁରୁ ବାସ୍ନା

ଅଙ୍ଗେ ଅଙ୍ଗେ ମାଦକତା ଭରେ 

କୁଆଁରୀ ସପନ ସତ ହେଉ ବୋଲି 

ଜହ୍ନକୁ ଲେଖିଛି ଚିଠି 

ଜହ୍ନି ଫୁଲ ଚଉଁରା ମୂଳରେ  


ପ୍ରତ୍ୟୁତ୍ତରେ ଚୁମିଛି ଶରଦ ଶଶୀ 

କଇଁ କାଶତଣ୍ଡୀ ମଥା 

ଧାଙ୍ଗିଡିଟେ ପରି 

ଗଭାରେ ପର ଖୋସି 

ପବନର ତାଳେ ତାଳେ 

ଝୁମି ଝୁମି ନାଚୁଥାଏ

ନଈ ନାଳ ପଠା ।।


କିନ୍ତୁ, 

କାହିଁ ଖୁସି କାହିଁ ସେ ସରାଗ 

ଏ ମହାମାରୀ ରେ ସର୍ବସ୍ୱ ହରେଇ 

ପୃଥ୍ୱୀ ଭୋଗୁଛି ବୈଧବ 

ହେ ମାଆ ଦୁର୍ଗା !

ଏ ବିପଦରୁ ତୋ ସନ୍ତାନକୁ 

ତୁହି ରକ୍ଷା କର ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Binapani Tripathy