STORYMIRROR

Sudeshna Pradhan

Others

3  

Sudeshna Pradhan

Others

କାଶତଣ୍ଡୀ ଫୁଲ

କାଶତଣ୍ଡୀ ଫୁଲ

1 min
284

ଅମ୍ବର ତଳେ, ଅବନୀପରେ, ଖେଳୁଛି ଝୁଲ ଫୁଲ, 

  ଲାଗୁଚି ସତେ କେକୀପୁଛରେ, ଲାଗିଅଛି ତୁଷାର | ନଈ ପଠାରେ, ପଡିଆ ବିଲେ, ହିଡରେ ମାଳମାଳ ଧବଳ ପାଟ, ଯେନହେ ମଣ୍ଡିତ କରି ଧରିତ୍ରୀକୋଳ!

ପବନ ଧାରେ ଦୋଳାୟମାନ ପରି ଖେଳେ ଲହରୀ,

 ନାଚିନାଚିକା ଜନମନରେ ଆନନ୍ଦ ଦିଏ ଭରି !

   ଶରତ ଋତୁ ଆଗମନ ଆଗୁ ଆସି ଏ ମହୀରେ,   

 ସଜାଇଥାଏ, ପୃଥିବୀ ପୃଷ୍ଠ ସ୍ୱଚ୍ଛ, ଶୁଭ୍ର ରଙ୍ଗରେ   ଭାଦ୍ରଵ ଆଉ ଆଶ୍ୱିନ ମାସ ଆରମ୍ଭୁ ଆସି ସିଏ,  

   ପାର୍ବଣ ଋତୁ, ଆସିବେ ମାତା ବୋଲି ସୂଚାଇ ଦିଏ!!

ଲାଗେନିସିନା ପୂଜାମଣ୍ଡପେ, ଠାକୁରପlଦ ତଳେ, 

 ପ୍ରକୃତିରାଣୀ ବସନ ଯେନହେ ପିନ୍ଧିଥାଇ ଶରୀରେ!

ନଲାଗୁ ପଛେ ଗଳାର ମାଳେ, ଅବା କା ଖୋଷାରେ,

ଖୁସି ବାଣ୍ଟଇ ଧରିତ୍ରୀ ରାଣୀ ଖୋସି ତାର ମଥାରେ!

 ଋତୁ ମଧ୍ୟରେ ପାର୍ବଣ ଋତୁ ବେଶି ଆନନ୍ଦ ଦିଏ,

    ଫୁଲ ମଧ୍ୟରେ କାଶତଣ୍ଡୀଫୁଲ ଧରା ଶୋଭାବଢାଏ!

କବି ମନକୁ ମୋହିତ କରେ ପ୍ରକୃତି ଛବି ତୋଳି,  

ସେଇ ଛବିକୁ ଲେଖାମାଧ୍ୟ୍ୟମେ ଦେଲି ପ୍ରକାଶକରି !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍