STORYMIRROR

Kumarlal Rana

Others

3  

Kumarlal Rana

Others

କାର୍ତ୍ତିକ ପୂର୍ଣ୍ଣିମା

କାର୍ତ୍ତିକ ପୂର୍ଣ୍ଣିମା

1 min
174

କାର୍ତ୍ତିକମାସର ବିଷ୍ଣୁଙ୍କ ରାହାସ 

  କାର୍ତ୍ତିକ ପୂର୍ଣ୍ଣିମା ଦିନେ l

ହରିବୋଲ ହୁଳହୁଳି ଭକତଙ୍କ 

  ଭଜଇ ଭକତେ ମନେ l


କାର୍ତ୍ତିକ ମାସର କାର୍ତ୍ତିକ ବୁଡରେ 

  ସର୍ବେ ଭକତ ମଣ୍ଡଳ l

ବୁଡ଼ ପକାଇଣ  ଡ଼ଙ୍ଗା ଭସାଇଣ 

  କରନ୍ତି ମହିମା ଖେଳ l


ପ୍ରଭୁ ଆର୍ତ୍ତତ୍ରାଣ ରଖନ୍ତି ଭକ୍ତଙ୍କୁ 

   ଦୁଃଖକୁ ଜୀବନେ ତାଡ଼ି l

ଆରତ  ଭଜନ ନାମକୁ ବୋହିଣ 

   ସର୍ବ ଦୁଃଖ ଦ୍ୟନ୍ତି ଫେଡ଼ି l


ଭକ୍ତଙ୍କ ରକ୍ଷକ ପ୍ରଭୁ ହୃଷୀକେଶ 

   କଳୁଷ ଖଣ୍ଡନକାରୀ l

  ସର୍ବ ପାପ ତାପ ନାଶ କରି ହରି 

  ବାନାକୁ ନିଜେ  ତିଆରି l


ତୁମ ପାଦ ପଦ୍ମେ ଶରଣ ଯାଉଛି 

  ରଖ ପ୍ରଭୁ ହୃଷିକେଶ l

ତୁମ  କରୁଣାଟି  ରହୁ ସବୁଦିନ 

   ଆଶା ଫେଡ଼ ହୃଷୀକେଶ l



Rate this content
Log in