STORYMIRROR

SARATA KUMAR DAS

Others

2  

SARATA KUMAR DAS

Others

କାର୍ତ୍ତିକ ପୂର୍ଣ୍ଣିମା

କାର୍ତ୍ତିକ ପୂର୍ଣ୍ଣିମା

1 min
11.3K



ଥୁରୁ ଥୁରୁ ଜାଡ ପ୍ରକମ୍ପିତ ଧରା

ପୁନେଇଁ ର ତିଥି ପାର୍ବଣ ପସରା

ଆକାଶରେ ତୋଫା ଜହ୍ନ

ନଦ ନଦୀ ବିଲ ପାହାଡ ପର୍ବତ

ତରୁ ଲତା କେତେ ସାଗର ସୈକତ

ଚଉଦିଗେ ଆବାହନ ।।


ପାହାନ୍ତି ଆକାଶେ ତାରା ଲିଭିଲାଣି

ବୋଇତ ବନ୍ଦାଣ ଉଛୁର ହେଲାଣି

ଆସ ଆସ ଝିଅ ବୋହୂ

ଅର୍ଘ୍ଯ ଥାଳି ଧରି କର ବନ୍ଦାପନା

ଶଙ୍ଗନାଦ ହୁଳହୁଳି ର ମୂର୍ଚ୍ଛନା

ଭୁବନେ ପ୍ରସାର ହେଉ ।।


ଦରିଆ ବୁକୁରେ ବୋଇତ ମେଲାଇ

ବେପାରେ ବାଣିଜ୍ୟେ ଦୂର ଦେଶ ଯାଇ

ଆଣୁଥିଲେ ଧନରତ୍ନ

ମୋ ରାଜ୍ୟ ସାଧବ ଗର୍ବ ଓ ଗୌରବ

ଅରଜିଲେ ଖ୍ୟାତି କେତେ ଯେ ବିଭବ

ଇତିହାସ ଗାଏ ମାନ ।।


ଚଉଁରା ମୂଳରେ ମୁରୁଜ ଶୋଭିତ

ଧୂପ ଦୀପ ଘଣ୍ଟ ଘଣ୍ଟା ରେ ପୂରିତ

ପରମ୍ପରା ସୁମହାନ

ଦେବାଳୟ ପୃଷ୍ଠେ ଆନନ୍ଦ ଉତ୍ସବ

ଓଡିଆ ମାଟିର କେତେଯେ ଗୌରବ

ଗାରିମା ରେ ଗରୀୟାନ ।।


କାର୍ତ୍ତିକ ପୁନେଇଁ ପବିତ୍ର ଆସର

ମାଟି ରୁ ଆକାଶ କେତେ ଯେ ସମ୍ଭାର

ଦୀପ ଜ୍ୟୋତି ଝଲମଲ

ଧରଣୀର ବୁକେ ତମିସ୍ରା ବଳୟ

ଅପସରି ଯିବ ବହିବ ମଳୟ

ହସୁଥିବ ଦୁର୍ବାଦଳ ।।

-------------

ଶରତ କୁମାର ଦାସ

ବଡବିଲ ମହାବିଦ୍ୟାଳୟ , ବଡବିଲ ।


Rate this content
Log in