STORYMIRROR

ଅନିଲ କୁମାର ଲେଙ୍କା

Others

3  

ଅନିଲ କୁମାର ଲେଙ୍କା

Others

କାର୍ତ୍ତିକ ପୂର୍ଣ୍ଣିମା

କାର୍ତ୍ତିକ ପୂର୍ଣ୍ଣିମା

1 min
201

କାର୍ତ୍ତିକ ପୂର୍ଣ୍ଣିମା ଯେ ରାସ ପୂର୍ଣ୍ଣିମା  

     ନାମେ ମଧ୍ୟ ପରିଚିତ

ଓଡିଆ ଆଚାର  ଚାଲି ଓ ଚଳଣି

     ଏ ପର୍ବ ସହ ଜଡିତ ।।


ଧର୍ମୀୟ ଭାବନା ମନେ ଭରେ ପରା

     ଏହି ଦିନ ଉତ୍କଳରେ

ପ୍ରାଚୀନ କାଳର ନୌବାଣିଜ୍ୟ କଥା

     ଆସିଯାଏ ସ୍ମରଣରେ ।।


ଇତିହାସ ତଥା ଓଡ଼ିଶା ବାଣିଜ୍ୟ

      କଥା ଭାବି ଗର୍ବ ଲାଗେ

ଜାଭା ବାଲି ଅବା ସୁମାତ୍ରା ବୋର୍ଣ୍ଣିଓ

     ନାମ ଥିଲା ଚଉଦିଗେ ।।


ଏହି ପୂର୍ଣ୍ଣିମାରେ ଗୋପ ନାରୀ ସହ

      ସଖାଙ୍କର ମେଳିଥିଲା

ରାଧା କୃଷ୍ଣଙ୍କର ରାସ ନୃତ୍ୟୋତ୍ସବ

     ସମ୍ପାଦିତ ହୋଇଥିଲା ।।


ପୂର୍ଣ୍ଣକାମ ଯୋଗେଶ୍ୱର, ରାସେଶ୍ୱର

      କୃଷ୍ଣଙ୍କର ଅବତାରେ

ଦୁଇ ଗୋପୀ ମଧ୍ୟେ ସ୍ୱୟଂ ଆବିର୍ଭାବି

    ହାତ ଛନ୍ଦିଲେ ଗଳାରେ ।।


ଏପରି କ୍ରମରେ ଗୋପୀଏ କରିଲେ

       କୃଷ୍ଣଙ୍କର ଅନୁଭବ

ହଜାର ଗୋପୀଙ୍କ ମେଳରେ ଆରମ୍ଭ

  ହେଲା ଦିବ୍ୟ ରାସୋତ୍ସବ ।।


ରାସ ମଣ୍ଡଳରେ ସମସ୍ତ ଗୋପୀ ଯେ

    ଆନନ୍ଦେ ନୃତ୍ୟ କରିଲେ

ପ୍ରିୟତମ କୃଷ୍ଣ  ଆଶୀଷ ଦେଇଣ

    ସଭିଙ୍କୁ ପାଳନ କଲେ ।।


ପବିତ୍ର କାର୍ତ୍ତିକ  ବ୍ରତ  ସମ୍ପାଦନେ

     ମୋକ୍ଷ ହୁଏ ଅର୍ଜନ

ଏହି ମାସେ ଜନ୍ମ ମୃତ୍ୟୁ ହୋଇଥିଲେ

     ବୈକୁଣ୍ଠ ପ୍ରାପ୍ତି ସମାନ ।।



Rate this content
Log in