କାନ୍ଦୁଛି ପ୍ରୁଥିବୀ
କାନ୍ଦୁଛି ପ୍ରୁଥିବୀ
ଫୁଲର ମସୃଣ ପାଖୁଡାରେ
ଟାଆଁସା ପାହାଡ ପିଠିରେ
କ୍ରୁଷ୍ଣ ଚୁଡାର କଅଁଳ ପତ୍ରରେ
ଏଠି, ସେଠି, ସବୁଠି ବିଛେଇ ହୋଇ ପଡିଛି ....
ଟୋପା,ଟୋପା ଲୁହ କାକରର..
ତାହେଲେ ରାତି ସାରା କାନ୍ଦୁଛି ଆକାଶ ଆଉ କାନ୍ଦୁଛି ପ୍ରୁଥିବୀ. ..?
ଘାସର ପଣତ ତାର ଲୁହରେ ଓଦା ସର ସର....
ହୁଏତ ସହି ପାରିନଥିବ .........
ଏତେ ଶୀତରେ ପୁଙ୍ଗୁଳା ଦେହରେ ବୁଲୁଥିବା...
ଅନାଥ ଛୁଆଟିର ନେଞ୍ଜରା ଭରା ଆଖିର କରୁଣ ଦୃଷ୍ଟି ..
କିମ୍ବା ଦୃଷ୍ଟିକଟୁ ହୋଇଥିବ ...
କେଉଁ ରେଲୱେ ଷ୍ଟେସନର ବେଂଚ ଉପରେ..
ଅଶୀତିପର ବୃଦ୍ଧଟିର ମୃତ୍ୟୁ ସହ ସଂଘର୍ଷର ଦୃଶ୍ୟ ...
ଚିରା କମ୍ବଳ ଭିତରେ
ସମୁଦ୍ରକୁ ପଛକରି ଢେଉ ଗଣିବାର ଅଭିନୟ ପରି..
ମାନବ ଧର୍ମକୁ ପଛକରି .....
ମାନବ (ମାଧବ) ସେବା କରିବାର ପ୍ରହସନ,
ସଭ୍ୟତାର ଖୋଳପା ଭିତରେ...
ହିଂସା, ଇର୍ଷା, ଅହଂକାରର ନଗ୍ନ ପ୍ରଦର୍ଶନ
ପ୍ରେମିକ, ପ୍ରେମିକାଙ୍କ ଆତ୍ମହତ୍ୟା ...
ଘୃଣ୍ୟ ଜାତିପ୍ରଥାର ପ୍ରାଚୀର ଦୁଇପଟେ
କେବେ ଧନ ପାଇଁ ତ କେବେ ପଦ ପାଇଁ
କେବେ ପୁଣି ସାମ୍ପ୍ରଦାୟିକ ଦଙ୍ଗାପାଇଁ
ରକ୍ତର ହୋରି ଖେଳ
ହିଂସାର ଝଡରେ ତା ସନ୍ତାନ ମାନେ ଅକାଳରେ ଝରି ଯାନ୍ତି
ଅବେଳ ପତ୍ର ଝଡାର ପତର ପରି
ନୁଆଁ ନୁଆଁ ସ୍ୱପ୍ନ ଦେଖିବା ଆରମ୍ଭ କରୁଥିବା
ନିଶ ଗଜୁରି ନଥିବା ଭବିଷ୍ୟତର ଦାୟାଦ ମାନେ
ଆତଙ୍କବାଦୀଙ୍କ ଶିକାର ହୁଅନ୍ତି ...
ଶୋଇ ଯାଆନ୍ତି ଚିର ନିଦ୍ରାରେ ଏଇ ବସୁଧା କୋଳରେ,
ଯେଉଁଠି ସ୍ୱପ୍ନ ନଥାଏ ,ନ ଥାଏ ଅଭିପ୍ସା ..
ଥାଏ ଖାଲି କିଟିମିଟି ଅନ୍ଧକାର
ଆଉ...କେତୋଟି ଅତୃପ୍ତ ଆତ୍ମାର କରୁଣ ଆର୍ତ୍ତନାଦ
ସର୍ବଂସହା ମାଆ ସେ ....
ହେଲେ ନାରୀ ବି ତ ସିଏ....
କେତେଦିନ ସହିବ ବା ନାରୀର ଯନ୍ତ୍ରଣା ...?
ଯୌତୁକ ଜୁଇରେ ବଧୂଟିଏ ଜଳୁଥିବା ବେଳେ
ତା ଛାତି ଭିତରଟା କଣ ସିଝି ଯାଉନଥିବ...
ସେ ବଧୂଗ୍ରାସୀ ନିଆଁର ଧାସରେ ...
ଛିଣ୍ଡି ଯାଉନଥିବ କି ତାର ହ୍ରୁଦୟର ପ୍ରତିଟି ତନ୍ତ୍ରୀ ...
ଯେତେବେଳେ ଶୁଣୁଥିବ...
ଅସାମାଜିକ ପୁରୁଷର ଅତ୍ୟାଚାରରେ ଅତିଷ୍ଠା..
ତା କୋଳରେ ଆଶ୍ରା ଖୋଜୁଥିବା
ଅସଂଖ୍ୟ 'ଦାମିନୀ'ଙ୍କର ବିକଳ ଚିତ୍କାର ...
ସେଥିପାଇଁ ତ ପୃଥିବୀ ମାତା କାନ୍ଦୁଛି ଫୁଲି,ଫୁଲି ଗୁମୁରି,ଗୁମୁରି
ହିମାଦ୍ରିରୁ ବରଫ ତରଳିବା ପରି ...
ଦୂ8ଖ ଗୁଡିକ ତରଳି ତରଳି ସିକ୍ତ କରୁଛନ୍ତି ତା ସବୁଜ ପଣତ
ଆଉ.....
ତା ଦୂ8ଖରେ ସମଦୂ8ଖୀ ହୋଇ ଚୁପିଚୁପି କାନ୍ଦୁଛି ଆକାଶ ଶୀତ ଶୀତ, ପ୍ରଭାତରେ କାକରର ଲୁହ ବରଷାଇ
ପୃଥିବୀର ହେ ଶ୍ରେଷ୍ଠ ସନ୍ତାନ ...ହେ ମାନବ ଭାଇ..
ଜାଗିଉଠ...ଜାଗିଉଠ ..ଆସିଅଛି ସେ ଶୁଭ ମୁହୂର୍ତ୍ତ
କରିବା ଶପଥ ଆମେ
ଦେବାପୋଛି...
ମାଆ ଆଖି ଲୁହ
ସତ୍ୟପଥେ,ଧର୍ମପଥେ ,ନ୍ୟାୟପଥେ ଚାଲିଚାଲି ଗାଇଯିବା..
"ସର୍ବେ ଭବନ୍ତୁ ସୁଖିନ8,
ସର୍ବେ ସନ୍ତୁ ନିରାମୟ,
ସର୍ବେ ଭଦ୍ରାଣୀ ପଶ୍ୟନ୍ତୁ,
ମା କଶ୍ଚିତ ଦୁ8ଖ ବାଗ୍ ଭବେତ୍ "
