STORYMIRROR

Baman Chandra Dixit

Others

2  

Baman Chandra Dixit

Others

କାନ୍ଦନା ଲୋ ସାହାନାଇ

କାନ୍ଦନା ଲୋ ସାହାନାଇ

1 min
218



ବାମନ ଚନ୍ଦ୍ର ଦୀକ୍ଷିତ।


କାନ୍ଦନା ଲୋ ସାହାନାଇ ଆଉ କନ୍ଦାନା,

ଆଖି ରେ ମୋ ଲୁଚିଛି ଲୋ ଲୁହ ର ବନ୍ୟା।

ଏକଇ ଅଲିଅଳି ର ଆଜି ପରା ବାହାଘର

ରହିଯା ଦୁଇ ପହର ମାନି ମୋ ମନା


ଯୋଡ଼ି ନାଗରା ଥରାନା ଛାତି କୁ ମୋର

ଚହଲେଇ ଦେଏ'ନା ରେ ନୁହଁ ନିଷ୍ଠୁର

ବହଲେଇ ରଖି ଅଛି

କେତେ ବାହାନା କହିଛି

ହଲେଇ ଦେଏ ନା ଶୁପ୍ତ ସ୍ତବ୍ଧ ଝଙ୍କାର।।


ବୁଝେଇ କହିଲି ତୋତେ ରେ,ଘର ଅଗଣା

ଉଦାସୀ ନୟନ ତୋଳି ଆଉ ଅନାନା

ଶୁନା କରି ଯିବ ଚାଲି

ଆଜି ମୋ ହୃଦ ଶଙ୍ଖାଳି

ବିଦାୟୀ ବିରହି ଛବି ଆଙ୍କି ଦେଏନା।।


କଅଁଳ ପାଦର ଛନ୍ଦେ ନାଚିଛୁ କେତେ

ଝୁଣ୍ଟି ପଡିଲେ ସିଏ ରେ କାନ୍ଦିଛୁ ଯେତେ

କେତେ ତା ଅଝଟ ଅଳି

କେତେ ହଟ କେତେ କଳି

ମାନ ଅଭିମାନ ଭୂଲି ପାରିବୁ ସତେ।


ଶୁଣି ଥିଲୁ ତା ଓଠର ଦରୋଟି ଭାଷା

ଅପାର ଆନନ୍ଦ ଭରା ଅପୁରା ଆଶା

କୁନି ହାଣ୍ଡି କୁନି ଚୂଲି

ମିଛ ଭାତ ମିଛ ଡାଲି

କେତେ ଖାଇ ଥିଲେ ବସି ମିଛିମିଛିକା।


କଣ୍ଢେଇ ର ବାହାଘର ମନେ ପଡୁଛି

ନାଲି ପାଟ ପିନ୍ଧିଛି କନିଆଁ ସାଜିଛି।

ବଜେଇ ତେଲେଙ୍ଗା ବାଜା

ଆସିବ ଲୋ ଦୁଲ୍ହା ରାଜା

ଓଢଣୀ ତଳୁ କନିଆଁ ଲାଜେ ଚାହିଁଛି।।


ସେଦିନ ର ଖେଳ ଆଜି ସତ ସାଜିଛି

ହସ ଆଢ଼ୁଆଳେ ଲୁଚି ଲୁହ କାନ୍ଦୁଛି

ଛାତି ଫଟା ଯେତେ କୋହ

ଢଳ ଢଳ ଯେତେ ଲୁହ

ଆଜି ତୁନି ରୁହ ଝିଅ ବାହା ହେଉଛି।।


ଯା'ରେ ବହି ଯା ଯେତେ ବେଦନା ଧାର

ସଵାରୀ ଛାଡି ଗଲାଣି ଦାଣ୍ଡ ଦୁଆର

ମାଆ କାନ୍ଦେ କଇଁ କଇଁ

ବାପ ଲୁହ କୁ ଲୁଚେଇ

କାନ୍ଦେ ଗାଁଆ ଦାଣ୍ଡ ଝିଅ ହେଲୁ ଲୋ ପର।।

******************************


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍