କାମନାର ବିନାଶରେ ଦୁଃଖର ବିନାଶ
କାମନାର ବିନାଶରେ ଦୁଃଖର ବିନାଶ
ଏ ଜୀବନଟା ଏକ କ୍ଷଣସ୍ଥାୟୀ ଅଟେ
ମିଛ ମାୟାର ସଂସାର
ପ୍ରକୃତ ଜୀବନ ମୂଲ୍ୟ କେ ବୁଝିଛି
ବୁଝି ପାରିଛି କି ଏ ନର।
ଘର ଦ୍ୱାର ଧନ ରତ୍ନ ସବୁ କିଛି
ଏ ପାର୍ଥିବ ଜଗତରେ
ପାଇବାର ଆଶା ନିରାଶ ହୋଇଲେ
ଦୁଃଖର ପାହାଡ଼ ଆସେ।
ଅନ୍ୟ ପ୍ରତି ମଧ୍ୟ ଈର୍ଷାନ୍ୱିତ ହେବା
ଈର୍ଷାର ଅଗ୍ନିରେ ଜଳିବା
ସେହି ଜ୍ୱଳନରେ ଛାରଖାର ହୁଏ
ଅଜ୍ଞାନ କିବା ବୁଝିବା ।
ମାୟା ମୋହ ଛାଡ଼ି ଗୌତମ ବୁଦ୍ଧ
ସଂସାର ବିରାଗୀ ହେଲେ
କପିଳବାସ୍ତୁରେ ଭ୍ରମଣ କାଳରେ
ଜରା ଗ୍ରସ୍ତ ରୁଗଣ ବ୍ୟକ୍ତି ଦେଖିଲେ ।
ଶବ ଦେଖି ମନେ ଦୁଃଖ ଯାତ ହେଲା
ଏଇଥିରୁ ମୁକ୍ତି ପାଇବା ପାଇଁ
ଏକ ଧର୍ମ ଏକ ଦର୍ଶନ ଭିତରେ
ବିଶ୍ୱାସ ପରମ୍ପରା ଜନ୍ମାଇ।
କାମନାର ବିନାଶରେ ଦୁଃଖର ବିନାଶ
ଜ୍ଞାନ ପ୍ରାପ୍ତି କହୁଥିଲେ
ନୂତନ ଆଲୋକ ଦିଗଦର୍ଶନରେ
ଏ ସଂସାରକୁ ଜ୍ଞାନ ଦେଲେ।
କାମନା ଆଶାକୁ ମନରୁ ତେଜିଲେ
ଦୁଃଖ କି ଆସିବ ଆଉ
ଈଶ୍ଵରଙ୍କ ବିଚାର ସର୍ବ ଶ୍ରେଷ୍ଠ ଅଟେ
ସବୁରି ଉର୍ଦ୍ଧ୍ୱରେ ସେ ମହାବାହୁ ।
