STORYMIRROR

SUKANTA KHANDA

Others

4  

SUKANTA KHANDA

Others

କାମନା ବିନାଶରେ

କାମନା ବିନାଶରେ

1 min
253


ଗୌତମ ବୁଦ୍ଧଙ୍କ ଏ ବାଣୀଟି ମହାନ

କିନ୍ତୁ ମୋ ମତରେ

ଜଣେ ସାଧାରଣ ଲୋକଙ୍କ ପାଇଁ ନୁହେଁ।


ଆମେ ତ ନିତି କାମନା ଚାହୁଁ

କାମନାକୁ ଦମନ କରିବା କାଠିକର ପାଠ

ଯିଏ ଦମନ କରି ପାରିଛନ୍ତି

ସେ ପାଷାଣ କି ଦେବତା?


କାମନା ଗୋଟେ ଜୀବର ଜୀବନ।


ଦେଖୁନ ! 

ଜନ୍ମ ହେଉ ହେଉ ଖାଇବା କାମନା

ସାମାନ୍ଯ ବୁଦ୍ଧି ହେଲା ତ ଅଣ୍ଟାକୁ କନାଟିଏ ଲୋଡା଼

ଆଉଟିକେ ବୁଦ୍ଧି ହେଲା ତ

ରହିବାକୁ ଯୋଜନା ଉପରେ ଯୋଜନା।


ଭରପୂର ବୟସର ସାୟାହ୍ନରେ

ଦରକାର ଗୋଟେ ବିପରୀତ ଲିଙ୍ଗ

ଯାହା ବିନା ଏ ସଂସାର ଅସାର।


କେହି ପାରିଛନ୍ତି କି ଦୂରକୁ ଫିଙ୍ଗି

ଦୁଃଖରେ ଘାଣ୍ଟି ହେଉଥାଉ ପଛେ

ଅଥବା ମରିବାକୁ ଅଳ୍ପ ସମୟ ପୂର୍ବରୁ ବି

ମାୟା ଓ ମୋହରେ ବଶୀଭୂତ

କାମନା ଜୁଡୁବୁଡୁ ଏ ମନଟି

ରହି ପାରୁଛୁ ନା ସହି ପାରୁଛୁ।


ପ୍ରତିକ୍ଷଣ ଦୁଃଖର ସାଗରେ ଭାସିଲେ ବି

ଲାଗି ପଡି଼ଥାଉ ଟିଙ୍କ ପରି

ଶୟନେ ଓ ସ୍ବପ୍ନରେ ଗୋଟିଏ ହିଁ ନିଶା

କେବଳ ହିଁ କେବଳ କାମନା।


କାମନା ବିନାଶ ହେବ ତ 

ଏ ଜୀବନ ବି ଟିକେଟ କାଟିବ

ସ୍ବର୍ଗ ଅଥବା ନର୍କକୁ,ନୁହେଁ?


ଦୁଃଖର ବିନାଶ ହେବ

ଯେବେ ଆମେ ମୃତ୍ଯୁ ସ୍ବାଗତ କରିବା 

ଅନ୍ଯଥା ଆମର ଦୁଃଖ ଲୋଡା

କାମନାର ବିନାଶ 

ବିଲକୁଲ ଦରକାର ହିଁ ନାହିଁ।

        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍