କାଳିଆ
କାଳିଆ
ତୋ ବଡ ଦାଣ୍ଡ ରେ
ମୁଁ ଜାଉଛି ହଜି
ଆସିଥିଲି ଜାହା ହୋଇ
ଏବେ ତାହା, ମୁଁ ମୋ ନିଜ ଭିତରେ ପାଉନି ଖୋଜି ।
କେବେ ଦେଖି ନାହିଁ ମରୀଚିକା
ତୋର ସେ ବାଇସି ପାହାଚ ରେ
ଜେତେ ହେଉ ଖରା
କେବେ ଫୋଟକା ପଡିନି ଏ ପାଦରେ ।
ତୁଳସୀ ଓ କର୍ପୁର ର ସୁଗନ୍ଧେ
କମ୍ପି ଉଠୁଥାଏ ଚତୁର୍ଦିଗ
ସଂସାରେ ପଡି, ରହି ନ ପାରେ ତୋ କତି
କେଡେ ମୋ ଦୁର୍ଭାଗ୍ୟ ।
ହୋଇ ନାହିଁ କେବେ
ଏ ମନ, ଏତେ ଆତୁର
ଜେବେ ଛିଡା ହୋଇଥାଏ ତୋ ଦର୍ଶନ ଧାଡିରେ
ଦେଖି ବାକୁ ତୋର ସେ କଳା ଶ୍ରୀମୁଖ ।
ଭରେ ନାହିଁ ଏ ମନ
ଯେତେ ଦେଖୁଥିଲେ ଭି ଏ ଆଖି
ଆସୁଥାଏ ପଦେ ମନ ଭିତରୁ
କାଳେ,ଏଠି ରହି ଜାନ୍ତି କି ।
ଜେବେ ଦେଖେ ତୋ ଦୁଇ ନୟନ
ଭାବ ର ଅଭାବ ପଡେ
ସ୍ଥିର ହୋଇଯାଏ ପାଦ
ସମୟ ଭି ନ ଆଗକୁ ଗଡେ ।
ତୋ ଦର୍ଶନ ଠେଲା ପେଲା ରେ
ଥାଏ ସେ ଯେ କେତେ ଆନନ୍ଦ
ପାଇ ନାହିଁ ତାହା ଆଉ କେଉଁଠି
ହେ ମୋ କଲା ଗୋବିନ୍ଦ ।
ମୋ ଆଖି ଆଗରୁ
ଯେବେ ତୁ ଯାଉ ଅପସରି
ଝୁରି ହେଉଥାଏ ଏ ମନ , ଆଉ କହେ
କାହିଁ ତୁ ଏଡ଼େ ଅବିଚାରି ।
ଦୁଃଖ ଭରା ଏ ମନକୁ
ନେଇଁ , ଜେବେ ପହଞ୍ଚେ, ଆନନ୍ଦ ବଜାରେ
ଭରି ଜାଏ ମୋ ମନ ଖୁସିରେ
ତୋ ଅଭଡା ଗ୍ରହଣ ପରେ ।
ହେ ଅନାଥ ର ନାଥ, ଜଗନ୍ନାଥ
ଶୁଣିବା ହେଉ ମୋ ଗୁହାରି
ରଖି ଦିଅ ତୁମ ପାସେ, ଏ ଭକତ କୁ
ଆଜୀବନ କ୍ରୀତଦାସ କରି ।