STORYMIRROR

jyotsna mayee panda

Others

3  

jyotsna mayee panda

Others

କାଳ ରାତ୍ରୀ

କାଳ ରାତ୍ରୀ

1 min
185

ଶୁମ୍ଭ, ନିଶୁମ୍ଭ ହନିନି ଚଣ୍ଡ, ମୁଣ୍ଡ ବିନାଶିନୀ.... 

ତ୍ରିପୁର ମୋହିନୀ ମା କାଳରାତ୍ରି ସପ୍ତସ୍ୱିନୀ .... 

ଧୂମ ଵିଲୋଚନୀ ନିର୍ମୁଣ୍ଡ ମାଳିନୀ.... 

ଶ୍ମଶାନବାସିନୀ ତୁ ଆଦି ଜନନୀ ମାଆ... 

ଆରକ୍ତ ମନ୍ଦାର, ଅକ୍ଷତ ଦୁବରେ... 

ବନ୍ଦଇ ଗୋ କାଳୀ ମାଆ... 

ହୋଇଥିବୁ ବାରେ ସାହା.... ll

ଧୂପ, ଦୀପ ଆଉ କର୍ପୁର ଆଳତି... 

ମାଆ ଗୋ ତୋ ପାଇଁ ଲୋଡ଼ା ହୁଏ ନିତି... 

ଲହ, ଲହ ଜିଭ ଘୋର ଦାନ୍ତ ପାଟି... 

ସିନ୍ଦୂରେ ମଣ୍ଡିତା ତୁହି କାଳରାତ୍ରି... 

ଏକ ହସ୍ତେ ବଜ୍ର ବର ମୁଦ୍ରା ଧlରି... 

ତୋ ରୂପ ଦେଖିଲେ ନାଶ ହୁଏ ଅରି.. 

ତନ୍ତ୍ର, ମନ୍ତ୍ର ବିଦ୍ୟାରେ ତୁହି ବିଭୂଷିତା.. 

ତୁହି ଶ୍ୟାମାକାଳୀ ତୁହି ମାଆ ଅମ୍ବିକା.. ll

ରକ୍ତ ବୀର୍ଯ, ଚଣ୍ଡ, ମୁଣ୍ଡଙ୍କୁ ନlଷିଲୁ... 

ସଂସାରରେ ନାମ ଚଣ୍ଡିକା ରଖିଲୁ... 

ତ୍ରି ପାପ ହରିଣୀ ତୁହିମା ତାରିଣୀ... 

ଜଗତବନ୍ଦିନୀ ମା ଶୁଭାଙ୍ଗିନି..... 

ତ୍ରିପୁରମୋହିନୀ ତୁହି କାଳରାତ୍ରି... 

ହୋଇଥିବୁ ବାରେ ସାହା ll

ତୁହି ଗୋ ମୋ କାଳୀ ମାଆ ll 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍