କାଳ ବୈଶାଖୀ
କାଳ ବୈଶାଖୀ
ମୁଗ୍ଧ ହୃଦୟ ଦଗ୍ଧ କରିଲ ବିଦଗ୍ଧ ଅଗ୍ନି ଜାଳି
ଛିନ୍ନ କରିଲ ପ୍ରେମର ରଜ୍ଜୁ ମତ୍ତ ଐରାବତ ଭଳି ।।
ପ୍ରବାହ ସଲିଳେ ବନ୍ଧ ବାନ୍ଧିଲ ରୁଦ୍ଧ କରିଲ ପଥ
ନବ ପୁଷ୍ପିତ ପ୍ରୀତି କରିଦେଲ ଉନ୍ମାଦେ କଳଙ୍କିତ ।।
ଜୀମୂତ ଉହାଡେ ପୂର୍ଣ୍ଣ ଜହ୍ନ ଲୁଚାଇ ଦେଲ ଗୋ ନେଇ
ଜୋଛନା ବିଧୈ।ତ ଶର୍ବରୀ ଶିକ୍ତ କଲା ଗୋ ଅଶ୍ରୁ ବହି ।।
ମନ୍ଦ୍ର ମଧୂର ସଙ୍ଗୀତ ର ସ୍ଵର ବୀଣା ଜନ୍ତ୍ର ର ତାରେ
ଷ୍ପୁରିତେ ଛିନ୍ନ କଲ ସେହି ତାର ଆଗନ୍ତୁ' ଅବହେଳେ ('ହଠାତ୍) ।।
ଶାନ୍ତ ସ୍ନିଗ୍ଧ ସୁନ୍ଦର ପ୍ରକୃତି ମନ୍ଦ ହସ ହସ ଛନ୍ଦ
କାଳ ବୈଶାଖୀ ଝଡ ଧକ୍କା ରେ ଘୋଟିଗଲା ନିରାନନ୍ଦ ।।
ଚିର ଶାଶ୍ଵତ ପଦ୍ମ ବନରେ ଅକାଳ ତୁଷାର ଢାଳି
ଜାଳି ପୋଡି ସନ୍ତପ୍ତିତ କଲ ଅସ୍ତିତ୍ବ ଯାଉଛି ଜଳି ।।
ଶୁଭ୍ର ପ୍ରଭାତ କିରଣ ରଙ୍ଗେ ବିହଙ୍ଗର କଳରୋଳ
ଶରାଘାତେ ସେହି ସ୍ତବ୍ଧ ବିହଙ୍ଗେ ମୃତ୍ୟୁ କରୁଛି କୋଳ ।।
