STORYMIRROR

Anam Charan Sahoo

Others

4  

Anam Charan Sahoo

Others

କାହ୍ନା

କାହ୍ନା

1 min
499


କାହ୍ନା ଚାଲେ ଠୁକୁଠୁକୁ ତା କଅଁଳ ପାଦରେ

ଭଲ ଲାଗେ ତା'ର ହସ ଦେଖ ନାଲି ଅଧରେ।


ମାଆ ସଜ କରିଅଛି ନୂଆ ଜାମା ପିନ୍ଧାଇ

ପ୍ରଥମ ପ୍ରଥମାଷ୍ଟମୀ ମନ ନିଏ ଚୋରାଇ

ମାମୁଁ ଘର ଦେଇଛନ୍ତି କେତେ ମହା ଖୁସିରେ।


ପାଦକୁ ଚପଲ ବେନି ନୟନରେ ଚଷମା

ମଥାନରେ ଛତ୍ରୀ ପୁଣି କିଏ ଦେବ ଉପମା

ମନ ନାଚେ ଢେଉପରି ଆଜ ଏହି ଦିନରେ।


ହଳଦୀ ପତରେ ଗଢା ଦେଖ କେତେ ଏଣ୍ଡୁରି

ବଡପାଏ ସନମାନ ସଂସ୍କୃତି ଏ ଆମରି

ଧୂପ ଦୀପ ବନ୍ଦାପନା ଚାଲେ ପୁରପଲ୍ଲୀରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍