କାହ୍ନା
କାହ୍ନା
1 min
493
କାହ୍ନା ଚାଲେ ଠୁକୁଠୁକୁ ତା କଅଁଳ ପାଦରେ
ଭଲ ଲାଗେ ତା'ର ହସ ଦେଖ ନାଲି ଅଧରେ।
ମାଆ ସଜ କରିଅଛି ନୂଆ ଜାମା ପିନ୍ଧାଇ
ପ୍ରଥମ ପ୍ରଥମାଷ୍ଟମୀ ମନ ନିଏ ଚୋରାଇ
ମାମୁଁ ଘର ଦେଇଛନ୍ତି କେତେ ମହା ଖୁସିରେ।
ପାଦକୁ ଚପଲ ବେନି ନୟନରେ ଚଷମା
ମଥାନରେ ଛତ୍ରୀ ପୁଣି କିଏ ଦେବ ଉପମା
ମନ ନାଚେ ଢେଉପରି ଆଜ ଏହି ଦିନରେ।
ହଳଦୀ ପତରେ ଗଢା ଦେଖ କେତେ ଏଣ୍ଡୁରି
ବଡପାଏ ସନମାନ ସଂସ୍କୃତି ଏ ଆମରି
ଧୂପ ଦୀପ ବନ୍ଦାପନା ଚାଲେ ପୁରପଲ୍ଲୀରେ।
