STORYMIRROR

Yudhisthir Khamari

Others

3  

Yudhisthir Khamari

Others

କାହିଁକି ଅନୁତାପ

କାହିଁକି ଅନୁତାପ

1 min
241

ଚନ୍ଦ୍ରର ଜ୍ୟୋତ୍ସ୍ନା ଠାରୁ ଆହୁରି ସ୍ୱଚ୍ଛ

ପ୍ରେମ ମୋର

ମହୋଦଧି ଠାରୁ ଅଧିକ ଗଭୀର

ମୋ ହୃଦୟ ଗହ୍ଵର

ପ୍ରଶାନ୍ତଠୁ ଅଧିକ ଶାନ୍ତ ମୋ ମନ

ସରଳ ତାକୁ ପରଖିଲୁ ତୁ ହେଲୁ ଆକର୍ଷିତ

ପସନ୍ଦ କଲୁ, ଅଧିକ ଭାବିଲୁ

ବଢାଇଲୁ ବନ୍ଧୁତାର ହାତ

ଆହୁରି ଅନୁସନ୍ଧାନ କଲୁ

ବଢିଲା ପିପାସା ତୋର ମିଳନର

ପଡିଲୁ ପ୍ରେମରେ ସମୟର ଧାରେ

ହେଲେ ଜଣା ନ ଥିଲା ତୋତେ

କ'ଣ କରୁଛୁ ତୁ ନିଜେ

ଜଣା ନଥିଲା ତୋତେ

ପ୍ରେମରେ ପଡିଯାଇଛୁ ବୋଲି

ଶୟନେ, ସପନେ, ଜାଗରଣେ

ଦେଖିଲୁ ମୋ ଚିତ୍ର ମୁଦ୍ରିତ ନୟନେ

ପ୍ରଶ୍ନ କଲୁ ନିଜକୁ, କାହିଁକି ଏ ଆକର୍ଷଣ

ସତରେ କ'ଣ ମୁଁ ପ୍ରେମରେ ପଡ଼ିଯାଇଛି?

ପ୍ରତିଜ୍ଞା କ'ଣ ଭଙ୍ଗ ହେଲା ମୋର?

ସତରେ କ'ଣ ଜୀବନର ଖସଡ଼ା ରାସ୍ତାରେ ମୋ ପାଦ?

ଆଗକୁ ରାସ୍ତା ନା ପଛକୁ

ଫସିଯାଏ ମାନସିକ ଦ୍ୱନ୍ଦ୍ୱରେ

ଭଲପାଇବାରେ ଆନନ୍ଦିତ ହେବ

ନାଁ

ଅନୁତାପ କରିବ

ବୁଝିପାରେ ନା ??????



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍