STORYMIRROR

Shibanand Banchhor

Others

3  

Shibanand Banchhor

Others

କାହା ପାଇଁ ଲେଖିବି ??

କାହା ପାଇଁ ଲେଖିବି ??

1 min
13.8K



କାହା ପାଇଁ ଲେଖିବି

ମୋ ପ୍ରେମଭରା ,ମଧୁଝରା କବିତା ????

ପ୍ରଥମେ ଲେଖୁଥିଲି

ନିଜ ସ୍ବପ୍ନ ପାଇଁ

ମୋ ସ୍ବପ୍ନର ନାୟିକା ପାଇଁ

ଆଉ ସେ ନାୟିକା କିଏ ଜାଣିଛ କି ??

ସେ ତୁମ ବିନା ଆଉ କିଏ ବା ହୋଇପାରେ ????


ତୁମେ ହିଁ ସାଜିଥିଲ

ମୋ ଶବ୍ଦର ଗ୍ରନ୍ଥାଘର

ସେଥିରୁ ଚୋରେଇ ଆଣିଥିବା କିଛି ଶବ୍ଦରେ

ବୁଣି ଚାଲିଥିଲି ମୋ ରଙ୍ଗୀନ ସ୍ବପ୍ନକୁ

ଆଉ ସେ ରଙ୍ଗୀନ ସ୍ବପ୍ନ ତୁମେ ହିଁ ଥିଲ

ଯା ପାଇଁ ବିଶ୍ଵକର୍ମା ସାଜି

ଶବ୍ଦରେ ଶବ୍ଦରେ ଗଢୁଥିଲି

ଭିନ୍ନ ଏକ ତାଜମହଲ

ଯେଉଁଠି ପ୍ରେମର ମାର୍ବଳରେ

ସଜାଇ ଥିଲି ପ୍ରତ୍ୟେକ ଅଂଶକୁ

ସେଇଟି ଖାଲି ପ୍ରେମ ହିଁ ପ୍ରେମ ।।


ହେଲେ ଆଜି ତୁମେ କାହିଁ

ମୋ ସ୍ବପ୍ନ କାହିଁ

ସବୁ ତ ଆକାଶର ଭସା ମେଘ ପରି

ଅଦୃଶ୍ୟର ଲୁଚକାଳି ଖେଳୁଛ

ମୁଁ ବି ଆଉ ମୁଁ ନୁହେଁ

ହଜିଯାଇଛି ମୁଁ ର ସତ୍ତା

ସମୁଦ୍ରର ଗଭୀରତାରେ

ମୋ ସ୍ବପ୍ନର ତାଜମହଲ

ଆଜି ଚୁରମାର୍ ହୋଇ

ସାଜିଛି ଭଗ୍ନାବଶେଷର ଏକ ସ୍ମୃତିର ସଂକେତ ମାତ୍ର ।।

ମୋ ଚକ୍ଷୁରୁ ଆଜି

ଶୁଷ୍କ ହୋଇ ଉଠିଛି

ଲୋତକର ଧାରା

ହୃଦୟଟା ପାଲଟି ସାରିଛି ପାଷାଣା

ନା ସେଥି ଘୃଣା ଅଛି ନା ପ୍ରେମ

ଆଜି ସେ ପ୍ରାଣହୀନ ।।


ତ କାହା ପାଇଁ ଲେଖିବି

ମୋ ପ୍ରେମଭରା ,ମଧୁଝରା କବିତା ???


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍