STORYMIRROR

Priyaranjan Biswal

Others

4  

Priyaranjan Biswal

Others

କାଗଜି ଫୁଲର ଦୁଃଖ

କାଗଜି ଫୁଲର ଦୁଃଖ

1 min
243


କାଗଜି ଫୁଲ ମୁଁ ରୂପର ସମ୍ଭାର

   ହେଲେ ବାସନା ନାହିଁ ମୋର।

ସଭିଙ୍କର ଚିନ୍ତା କଣ୍ଟକିତ ଲତା

    ବିଚିତ୍ର ବିଶାଳ ସଂସାର।।


ଗୋଲାପର ସିନା ବାସ ଅଛି ବୋଲି

     ସବୁଠି ପାଏ ସେ ସମ୍ମାନ।

ହେଲେ ମୋ ନିକଟେ କେବେ କେଉଁ ଦିନ

     କାହାର ନାହିଁ ପ୍ରୟୋଜନ।।


ପ୍ରେମୀଯୁଗଳଙ୍କ ସ୍ମୃତିରେ ଗୋଲାପ

      ସନ୍ତକ ସେ କାହା ପ୍ରେମର।

ନବ ଦମ୍ପତ୍ତିଙ୍କ ଶେଜରେ ଗୋଲାପ

      ସାକ୍ଷୀ ସେ ନୂଆ ଜୀବନର।।


ମୁଁ କିନ୍ତୁ ଶୋଭିତ ସୀମା ଅଙ୍କ ପରେ

      ଅନେକ ଦୁଃଖ ଜୀବନରେ।

ଭ୍ରମର ବସେନା କେବେ ମୋ ଉପରେ

       ପ୍ରେମର ସଙ୍ଗୀତ ତାଳରେ।।


ପ୍ରକୃତିର ଶୋଭା ବଢାଏ ବୋଲି ମୁଁ

       କହନ୍ତି ଅନେକ ପଥିକ।

ତଥାବି ଆଦର କରେନି କୌଣସି

      ପ୍ରେମରେ ପାଗଳ ପ୍ରେମିକ।।


କୌଣସି ରୂପସୀ ଖୋସେନା ଗଭାରେ

     କେବେ କେଉଁ ଦିନ ସ୍ନେହରେ।

କାଗଜି ଫୁଲ ମୁଁ ଫୁଟି ଝଡିଯାଏ

      ସୀମା ଅଙ୍କ ପାଖ ପଥରେ।।


ଅଭିସାରିକା ବି ବୁଝେନା ମୋ ମନ

      ଚିରକାଳ ମୁଁ ହୀନିମାନ।

ପ୍ରକୃତି ଶୋଭାରେ ସଦା ମୋ ଜୀବନ

     ଏହା ବୋଧେ ବିଧି ବିଧାନ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍