STORYMIRROR

Biswanath Nayak

Others

3  

Biswanath Nayak

Others

କାଗଜ ଫୁଲ

କାଗଜ ଫୁଲ

1 min
160


ମଣିଷ ତିଆରି

କାଗଜଫୁଲ ମୁଁ

ମୋ ଦେହରେ ନାହିଁ ବାସ। 

ହସି ପାରନ୍ତି କି

ଏ ଦୁନିଆଁ ପାଇଁ

ମନଖୋଲା ଟିକେ ହସ!

ହୁଅନ୍ତିକି ମୁହିଁ

ଥରେ ପୂଜାଫୁଲ

ଦେବତାଙ୍କ ମନ୍ଦିରରେ!

ମନ ପ୍ରାଣ ମୋର

ଢାଳି ମୁଁ ଦିଅନ୍ତି

ବିଭୁ ପାଦ ପଙ୍କଜରେ। 

ଯାଇ ପାରନ୍ତିକି

ମଧୁଶାଳା ପୁରେ

ସାଜିବାକୁ ଫୁଲଶେଯ!

ମଧୁ ମିଳନ ର

ଗାଥା ଗାଇବାକୁ

ଲାଗୁଥାନ୍ତା ମୋତେ ଲାଜ। 

ମଣ୍ଡି ପାରନ୍ତି କି

ରୂପସୀ ବାଳା ର

ଘନକୃଷ୍ଣ କେଶ ବେଣୀ!

ସପନ ରାଇଜ

ରାଜ କୁମାର ର

ମନ ମୁଁ ନିଅନ୍ତି କିଣି।  

ହେ ମଧୁପ! 

ତୁହି ଆସନ୍ତୁ ମୋ ପାଶେ

ଥିଲେ ମୋ ପାଖରେ ମହୁ। 

ପାଆନ୍ତି କି ତୋର 

କାଉଁରୀ ପରଶ

ମିଠା କଥା କହୁ କହୁ!

ହେ ମଳୟ! 

ତୋର ପରଶେ ମୋ ଦେହେ

ଖେଳନ୍ତା କି ଶିହରଣ!

ତୋ ଦୋଳିରେ ବସି

ସୁଗନ୍ଧ ସହିତ

କରନ୍ତି ମୁଁ ବିଚରଣ।  

ଏତେ ମୁଁ ଅଲୋଡ଼ା

ମଣ୍ଡି ବି ପାରେନା

ମଣିଷର ଶବାଧାର। 

ଦେଖନ୍ତି କିପରି

ଖାଲିହାତେ ଯାଏ

ଛାଡି ସେ ମାୟା ସଂସାର। 

ମୋଠାରୁ ହୋଇ ସେ ଆହୁରି ଅଲୋଡା 

ଯାଏ ତ ମଶାଣି ଭୂଇଁ। 

ମୋତେ ତ ମଣିଷ

ସଜାଏ ତା ଘରେ

ତାହା ପାଇଁ ଯାଗା ନାହିଁ!

ତାହା ପାଇଁ ଯାଗା ନାହିଁ!



Rate this content
Log in