STORYMIRROR

pratap nayak

Others

3  

pratap nayak

Others

କାଗଜ ଡଙ୍ଗା

କାଗଜ ଡଙ୍ଗା

1 min
269


ଦେଖିଛ କି ଧନରେ ଗରିବ ଲୋକଟିକୁ...

ତାର ମଇଳା କୋଚ୍ଚଟ ଚିରାଲୁଗା ..

ନୁଖୁରା ସାରାଦେହ ....

ଅନ୍ତଚିରା ପେଟର ଭୋକକୁ ....

ସମାଜରେ ତିରସ୍କାର !

ଆଉ ତିରସ୍କାର 

ତା' କପାଳରେ ଲେଖା.....

ପଶୁ ପରି ବଂଚୁଥିବା ଜୀବନ ....

ଗଛମୂଳେ ପଡିଥିବା ଶରୀର ....

କି ଖରା ବର୍ଷା ଶୀତ ବା କାକର....

ଯେଉଁଠି ପାହାଡ ପାହାଡ ପ୍ରାଚୁର୍ଯ୍ୟ,

କଡ ଲେଉଟାଏ 

କେଉଁ ମନରେ ଗରୀବ ଘରେ....

ଥିଲେ ଥାଉ ଅର୍ବୁଦ୍ଦ ଅର୍ବୁଦ୍ଦ ସମ୍ପଦ....

ମାଳ ମାଳ ଘୋଡାଗାଡି....

ସହର ସହରେ ପ୍ରାସାଦ ....

ଫିଙ୍ଗୁଥାଉ ଦିନରାତି ଅନ୍ନ....

ଖ୍ୟମତା ସାଗରେ ଡୁବୁଥାଉ 

ଫେନିଳ ଜଳରେ ......

ତା' ଆଖିରେ ଧନରେ ଗରିବ !

ଜୀବନର ଜୀବନଟା କଣ??

କେବଳ ପାଣିଫୋଟକା ବରଷାରେ,

ସରସର ଓଦା କାଗଜ ଡଙ୍ଗାଟିଏ ସିନା...

ନା ସିଏ ବର୍ଷା ଧାରରୁ 

ନଦୀ ଦେଇ ସାଗରକୁ ଯିବ ....

ନା ଜାଭା ସୁମାତ୍ରାରୁ 

ମଣି ମାଣିକ୍ୟ ଆଣିବ ....

ନା ସାମାନ୍ୟ ବର୍ଷାରୁ 

ନିଜକୁ ବଂଚେଇ ପାରିବ....



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍