STORYMIRROR

SUKANTA KHANDA

Others

2  

SUKANTA KHANDA

Others

କାବ୍ୟ ନାୟିକା

କାବ୍ୟ ନାୟିକା

1 min
86

ମୋତେ କାବ୍ୟ ନାୟିକାଟିଏ ଖୋଜିବାକୁ ହେବ

ଯୋଡି଼ବାକୁ ଏ କାବ୍ୟ ଭିତରେ

ତା'ବିନା କୁଆଡେ଼ ସବୁ ହିଁ ଅଧୁରା।


ମୁଁ ଖୋଜିଲି ସ୍ୱର୍ଗଠୁ ମର୍ତ୍ତ୍ୟ

ପାତାଳରେ ପଶିଲି ତ ନାଗଦେବୀ କହିଲେ

ମୋତେ ଗ୍ରହଣ କରି ନିଅନ୍ତୁ

ମୁଁ ତୁମ ମନର ଆଇନା 

ଦିନରାତି ହିଁ ଦେଖୁଥିବ ଜଳଜଳ

ଭୋକ ହେବ ନା ଶୋଷ

ରସକୁ ପିଇଯିବ ଅହର୍ନିଶି।


ମୁଁ କହିଲି ମୋତେ ଖୋଜିବାର ଅଛି କାବ୍ୟ ନାୟିକାକୁ 

ଯିଏ କାବ୍ୟର ସାରାଂଶ 

ତା'ବିନା ଅଧୁରା ଏ କାବ୍ୟ।


ନାଗଦେବୀ ହସିକି କହିଲେ

ବୋକାଟିଏ ନୁହଁନ୍ତି ତ

ଦେଖୁନ ହଜିଲା ଗାଈଟି ସାମ୍ନାରେ।


ସେ ଜୋରକରି ନିଜର କରିନେଲା

ଫିଙ୍ଗିଦେଇ ଅଣ୍ଟାରୁ ଡୋରକୁ

ଯିଏ ଲଜ୍ଜା ନିବାରଣ କରୁଥିଲା।


ସେ ଚାଲିଗଲା ତା'ବାଟରେ

ଯାହା ଖାଇ ନ ଥିଲି ଖୁଆଇ ଦେଇ।


ଆଜି କାମନାରେ ସରସର

ଗୋଟେ ମୁହୂର୍ତ୍ତ ବି ରହି ପାରୁନି ତା'ବିନା 

ମୁଁ ସର୍ବଦା ଗୁଣୁଗୁଣୁ ଆଉ ଲସର ପସର

ସେ ମୋତେ କହିଲା କାବ୍ୟ ନାୟିକାକୁ ପାଇଲନି କି?


ହସି ଦେଇ କହିଲି 

ପ୍ରିୟେ ! 

ଲଜ୍ଜା ଦିଅନ୍ତୁନି

ତୁମେ ତ ମୋର ହଜିଲା ହିଁ ଧନ।


ଫିକକିନି ହସିଦେଲା

ଯିଏ ନେସି ହୋଇ ସାରିଥିଲା 

କାବ୍ୟ ନାୟିକା ହେବାକୁ।

     



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍