ଜ୍ୟୋସ୍ତ୍ଣାବିହାର । କାଶ୍ୟପ
ଜ୍ୟୋସ୍ତ୍ଣାବିହାର । କାଶ୍ୟପ
ତମେ ଶିବାନୀ ରୁହ ତୁଷାର୍ ଧବାଳା କୈଳାଶରେ ଦିବ୍ୟଚେତନା ଶିଖରରେ,ନେଇ ବନ୍ଧୁ ପରିବାରଜନ , ମୁଁ ତ ଶିବ - ଲୟ ମହାକାଳ ଆଦିପୁରୁଷ,ଅନନ୍ତ,ଅକ୍ଷୟ, ଈଶ୍ୱର ତମ ଠାରୁ ଅଭିନ୍ନ ପ୍ରେମ ପରାକାଷ୍ଠା ର ଆଦିଦମ୍ପତିଙ୍କ ଅଂଶ, ଭୀଷଣ, ରୁଦ୍ର,ବିଷଧର ଆଶୁତୋଷ , ତପ,ଜପ, ଧ୍ୟାନ, କର୍ମ,ମୋ ଜୀବନ ଧର୍ମ ଚାଲିଲି ଶ୍ଵଶାନ ଅଭିମୁଖେ ଖୋଜିବାକୁ ଆଉ ଏକ ନୂତନ ସୃଷ୍ଟିର ରହସ୍ୟ । (୧)
ଦୁଖଃ , ବିରହ, ବିଷାଦ ଅଗ୍ନିହୋତ୍ରୀ ସତୀ ଯେ କାରଣ, କ୍ଷତାକ୍ତ ହୃଦୟ ରକ୍ତ ସ୍ନାତା ଦେହ ନିସବ୍ଧ ରାତ୍ରିର କରୁଣ ସେ ଆର୍ତ୍ତନାଦ, ସମ୍ପର୍କ ସବୁ ଆଜି ଭଗ୍ନସ୍ତୁପ ଚିରନିଦ୍ରା ରେ ନିମଗ୍ନ ଲାଳସା, ଧନ,ପ୍ରତିପତ୍ତି, ସମ୍ପତି, ପ୍ରୀତିଷ୍ଠା, ତୁଣ୍ଡ ଖୋଲିଲେ ଲୋକେ କହିବେ ତମେ ଇର୍ଷାନିତ । (୨)
ଯାହାକୁ ଆପଣାର ବୋଲି ଭାବୁଛ ସେ ଯଦି ହୋଇ ଯାଏ ମୃତ, ନିର୍ଜୀବ, ଅସ୍ଥିର, ପର, ତା ଠାରୁ ଭଳି ଦୁର୍ଭାଗ୍ୟ ଆଉ କି ? ଅଛି କୁହ ! ବରଂ ବିଷ ପିଇ ବଞ୍ଚିବା ଶ୍ରେୟ, ସଂସାର କହୁ ପଛେ ମତେ ନବମୀର ଜହ୍ନ ଆଉ ତୁମକୁ ଦଶମୀର ଜ୍ୟୋସ୍ତ୍ନ ଦୁର୍ବାର, ଦୁଷ୍କର ହେଉ ପଛେ ଆମ ଦୁହିଁଙ୍କ ''ଜ୍ୟୋସ୍ତ୍ଣାବିହାର ""। (୩)
ରାମ ପ୍ରସାଦ ବିଶୋଇ । ରାୟଗଡ଼ା ।