STORYMIRROR

SUKANTA KHANDA

Others

4  

SUKANTA KHANDA

Others

ଜୟଗୁରୁ

ଜୟଗୁରୁ

1 min
323

ଜୟଗୁରୁ ନାମ ହୃଦୟ କୋଣରେ

ପ୍ରତିଧ୍ବନୀ ହେଉଅଛି

ଅହୋରାତ୍ର ଏହି ବୀଜମନ୍ତ୍ର ଦ୍ବାରା

ବ୍ଯାକୁଳିତ ହେଉଅଛି।


ଅନ୍ଧଟେ କରିଛ ହେ ନିଗମାନନ୍ଦ

କାଲ ତ କରିଛ ଜାଣି

ଯଦି ଭଲ ଥା'ନ୍ତି ଅବଶ୍ଯ ତୁମକୁ

ହୋଇ କି ପାରନ୍ତି ଗୁଣି ।


ଜାଣିଜାଣି ବୋଧେ ଅନ୍ଧ ଆଉ କାଲ

କରିଅଛ ସଂସାରରେ

ଯଦି ଭଲଥାନ୍ତି ହେୟଜ୍ଞାନ କରି

ମଜ୍ଜିଥାନ୍ତି କାମନାରେ।


ସଂସାରର ସବୁ ସୌନ୍ଦର୍ଯ୍ଯକୁ ଦେଖି

ଅଥବା କାମନା ସ୍ବରେ

ଲାଖି ଯାଇଥାନ୍ତି ତୁମକୁ ପାଶୋରି

ତେଣୁ ବସାଇଛ ଘରେ।


ବଡ଼ ସୌଭାଗ୍ଯ ମୋ ଜୀବନ ନାବଟି

ହେ ନାଉରି ତୁମ ପାଇଁ

ଆଶୀର୍ବାଦ ଆଉ କରୁଣା ଥିବାରୁ

ତୁଣ୍ଡେ ଧରି ନାମ ଗାଇ।


ଜୟଗୁରୁ ନାମ ମହାମନ୍ତ୍ର ବୋଲି

ଯେ ଦିନ ପ୍ରଥମ କରି

କଲି ଉଚ୍ଚାରଣ ଅନନ୍ତ ପୁଲକେ

ହୃଦ ମୋ ତରଙ୍ଗ ପରି।


ଖେଳିଗଲା ମୋର ଜୀବନ ନାବଟି

ଟଳମଳ ଆଉ ନାହିଁ

ସନ୍ତୋଷ ଥାପିଲ ସ୍ଥିରତାର ସହ

ଏ ହତଭାଗାକୁ ଚାହିଁ।


ଭଲ ହେଲା ପ୍ରଭୁ ଅନ୍ଧ ଆଉ କାଲ

କରିଲ ମୋ ଜୀବନକୁ

ନ ହେଲେ କେଜାଣି ବିଶୃଙ୍ଖଳ ହୋଇ

ଦେଖିଥାନ୍ତା ଜଗତକୁ।


ହେ ନିଗମାନନ୍ଦ କୋଟି ଧନ୍ଯବାଦ

ଘେନ ହେ ପ୍ରଣାମ ଆଜି

ଜୟଗୁରୁ ମନ୍ତ୍ର ତୁଣ୍ଡେ ଗାଇବାରୁ

ଯାଇନି ଏ ନାବ ଭାଙ୍ଗି।


ତୁମେ ତ ନାଉରି ଏ ଭବ ଜଳରେ

ଗୁରୁରୂପି ଭଗବାନ

ତୁମକୁ ପାଇକି ଏ ଛାର ସୁକାନ୍ତ 

ଆଜି ହୋଇଅଛି ଧନ୍ଯ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍