ଜୟ ଯବାନ
ଜୟ ଯବାନ
1 min
67
ସୁଦୂର ସୀମାନ୍ତେ ଜାଗ୍ରତ ପ୍ରହରୀ
ଗୁଳିଗୋଳାକୁ ଭୃକ୍ଷେପ ନକରି
ହସି ହସି ମାଟି ମା ପାଇଁ ଦିଏ ପ୍ରାଣବଳି!!
ଆତ୍ମ ବଳିଦାନେ ବୀର ଶହୀଦର
ସୁରକ୍ଷିତ ଅଗଣିତ ନରନାରୀ
ସୁଦୃଢ଼ ମାତୃଭୂମିର ପୂଣ୍ୟ ଦେହଳୀ!!
କଳା ସଂସ୍କୃତି ଶାନ୍ତି ଓ ସୌହାର୍ଦ୍ଦ୍ୟର ଆଢୁଆଳେ
ଛପି ରହିଛନ୍ତି କିଛି ଜଘନ୍ୟ ବ୍ୟାପାରୀ
ଚତୁର ଚତୁରେ ହୁଅନ୍ତି କୋଳାକୋଳି!!
ବିଚିତ୍ର ଏହି ଦେଶର ବ୍ୟବସ୍ଥା
ଅନନ୍ୟ ଏହାର ପଦ୍ଧତି ପ୍ରଣାଳୀ
ଶହୀଦର ପରାକାଷ୍ଠାକୁ ଉଠାଏ ଅଙ୍ଗୁଳି!!
ବୃଥା ବାକ୍ୟବାଣେ ଉତଫୁଲ୍ଲିତ
ରାଜନୀତିର ପଙ୍କିଳ ମଇଦାନରେ
କଳଙ୍କିତ ଅଥଚ କୁଶଳୀ ଖେଳାଳି!!
