ଜୟ ମାତା ସରସ୍ୱତୀ
ଜୟ ମାତା ସରସ୍ୱତୀ
ଜୟ ମା ହଂସବାହିନୀ ଜ୍ଞାନ ସୁଖ ପ୍ରଦାୟିନୀ
ବେଦପତି ସୁତା ଦେବୀ ବରଦାୟିନୀ
ବୀଣା ପୁସ୍ତକ ଧାରିଣୀ ସର୍ବ ସଙ୍କଟ ହାରିଣୀ
ରଜତ ହାର ଶୋଭିତ ବିଷ୍ଣୁ ମୋହିନୀ
କରଯୋଡ଼ି କରେ ମିନତୀ
ଅଜ୍ଞାନ ମୋହର ଦୂର କର ଝଟତି।
ତୋ ଦୟା ସୁଦୟା ହେଲେ ମୂର୍ଖ ପଣ୍ଡିତ ବୋଲାଏ
ଜ୍ଞାନ ବଳେ ଜିଣିପାରେ ଏ ବସୁନ୍ଧରା
ନିଜକୁ ପାରେ ସେ ଚିହ୍ନି ଜଗତେ ହୁଅଇ ଦାନୀ
ନଭ ମଣ୍ଡଳରେ ଧୃବ ହୃଦ ପାଶୋରା
କରୁଣାରୁ ନକର ଊଣା
ସଂସାରେ ଶୁଭ ମନାସେ ତୋ ହସ୍ତେ ବୀଣା।
ଆଜ ଏ ଶୁଭ ଲଗନେ ବସ ହୃଦ ସିଂହାସନେ
କହିଦିଅ ଶୁଭ ପଥ ବାଳୁତ ଜନେ
କୁନା କୁନି ସୁପ୍ରଭାତେ ପୁଷ୍ପ ତୋଳି ନିଜ ହସ୍ତେ
ଗଢ଼ିଛନ୍ତି ପୁଷ୍ପ ହାର ଭକତି ମନେ
ଆନନ୍ଦେ ମା କର ଗ୍ରହଣ
ବିଦ୍ଯାବୁଦ୍ଧି ଶୁଭାଶିଷ କରି ପ୍ରଦାନ।
