Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

jagabandhu sahu

Others

3  

jagabandhu sahu

Others

ଜୟ ମାଗୋ ସ୍କନ୍ଦମାତା

ଜୟ ମାଗୋ ସ୍କନ୍ଦମାତା

1 min
338


ପଞ୍ଚମ ଦିବସେ   ସ୍କନ୍ଦମାତା ରୂପେ

     ଜଗତରେ ପାଅ ପୂଜା

ସିଂହର ପୁଷ୍ଠରେ ଭ୍ରମଣ ମା କର

     ଉଡାଇ ବିଜୟ ଧ୍ବଜା ।


ଆଶିଷ ଦାୟୀନି    ଶକ୍ତି ସ୍ବରୂପୁଣି

     ପୁତ୍ରକୁ କୋଳରେ ଧରି

ନବରାତ୍ରୀ ପର୍ବେ   ପଞ୍ଚମ ଦିବସେ

     ଆସ ମାଗୋ ଅବତରୀ ।


ଚର୍ତୁଭୂଜା ରୂପ  ଅତି ମନୋହର

   କୋଳେ କାର୍ତ୍ତେକେୟ ବୀର

ଯେ' ଜନ ପୂଜଇ  ଭକ୍ତିରେ ତୁମକୁ

     ଦିଅ ମା ଅଭୟ ବର ।


ମୁଁ ଛାର ଆଜ୍ଞାନ   କି ବର୍ଣ୍ଣି ପାରିବି

    ମାଗୋ ତୁମରି ମହିମା

ଦୋଷାଦୋଷ ଥିଲେ ନିଜ ପୁତ୍ର ଭାବି

     କରିଦେବ ମାଗୋ କ୍ଷମା ।


Rate this content
Log in