Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

jagabandhu sahu

Others

3  

jagabandhu sahu

Others

ଜୟ ମାଗୋ କାତ୍ୟାୟନୀ

ଜୟ ମାଗୋ କାତ୍ୟାୟନୀ

1 min
449


ଷଷ୍ଟ ଦିବସରେ କାର୍ତ୍ତ୍ୟାୟନୀ ବେଶେ

    ଉଭା ହୁଅ ପୂଜା ସ୍ଥାନେ

ପାଇ ମାଗୋ ତୋର ଦିବ୍ଯ ଦରଶନ

    ଧନ୍ଯ ହୋଇଯିବୁ ଆମେ ।


ପ୍ରଥମ ହସ୍ତରେ  ବରମୁଦ୍ରା ମାଗୋ

     କରୁ ଆଶିଷ ପ୍ରଦାନ

ଦ୍ବିତୀୟ ହସ୍ତଟି  ଅଭୟମୁଦ୍ରା ମା'

    ଭକ୍ତଙ୍କୁ ଦେଉ ଜୀବନ ।


ତୃତୀୟ ହସ୍ତରେ   ଧରି ଅଛୁ ଖଡ୍ଗ

    ତୁହି ପାପୀ ସଂହାରିଣୀ

ଚତୁର୍ଥ ହସ୍ତରେ  କମଳ ପୁଷ୍ପ ତୋ

    କରୁଣାମୟୀ ଜନନୀ ।


ଆଜ୍ଞା ଚକ୍ରେ ତୋର କରୁଅଛି ଧ୍ଯାନ

    ଜୟ ମାଗୋ କାତ୍ୟାୟନୀ

ସିଂହର ପୃଷ୍ଠରେ  ଦିଅ ଦରଶନ

    ଏତିକି ମୋର ମାଗୁଣୀ ।


Rate this content
Log in