Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Others

3  

Bharatabandhu Biswal

Others

ଜୟ ମାଆ ବିରଜା

ଜୟ ମାଆ ବିରଜା

1 min
303


ଜୟ ମାତା ଶୈଳପୁତ୍ରୀ ଜୟ ସିଦ୍ଧିଦାତ୍ରୀ

ବ୍ରହ୍ମଚାରିଣୀ ଗୋ ମାତା ଜୟ ମହାଗୈ।ରୀ ।


ଜୟ ଚନ୍ଦ୍ରଘଣ୍ଟା ଦେବୀ ମାଆ କାଳରାତ୍ରୀ

କୁଷ୍ଣଣ୍ଡା ମାଆ ସ୍କନ୍ଦମାତା ଦୁର୍ଗେ ନବରାତ୍ରୀ ।


ସ୍ୱାଗତ ମାଆ ଆଦିଶକ୍ତି ଗିରିଜା ବିରଜା

ଆସ ଅବତରି ମାତ ଉଡୁ ସି°ହଧ୍ୱଜା ।


ପାର୍ବଣର ପର୍ବେ ମାତ ସି°ହ ପୃଷ୍ଠେ ଚଢ଼ି

ନାଶ ଘୋର ଅନ୍ଧକାର ମାଆ ପାପ ଯାଉ ଛାଡି ।


ଘୋଟିଯାଏ ମହାମାରୀ ଅନଳ ଅଜ୍ଞାନ

ହିଂସା ଦ୍ୱେଷ ଅହଙ୍କାର କର ମାଆ ଖଣ୍ଡନ ।


ଶିବାନୀ ଭଦ୍ରାଣୀ ମାଆ ଭବାନୀ ବିରଜା

ନାଶ କୃପାମୟୀ ମାତ କଳୁଷ କଳ୍ମଷା ।


ବାଜିଉଠୁ ଦୁନ୍ଦୁଭି ମାଆ କମ୍ପୁ ବଜ୍ର ଶୂଳ

ନାଶ ହେଉ ରୋଗ ଦୁଃଖ ପଶୁ ହୀନବଳ ।


ଉଲ୍ଲସୁ ପ୍ରତି ପରାଣ ବିଜୟ ଦଶମୀ

ପୂର୍ତ୍ତି ହେଉ ସତ୍ୟ ଶାନ୍ତି ଅଭୟଦାୟିନୀ ।


ନବଦୁର୍ଗେ ନବରାତ୍ରେ ଶାରଦୀୟ ଲଗ୍ନେ

ଜଣାଉ କୋଟି ପ୍ରଣତି ମାଆ ଦିବ୍ୟ ପାଦପଦ୍ମେ ।



Rate this content
Log in