STORYMIRROR

SUKANTA KHANDA

Others

3  

SUKANTA KHANDA

Others

ଜୟ ମା ସରସ୍ବତୀ

ଜୟ ମା ସରସ୍ବତୀ

1 min
664


ମା ସରସ୍ବତୀ ତୁମେ ଓହ୍ଲାଇ ଆସୁଛ

ଧରି ଅଦିନ ବର୍ଷାକୁ

ସାଇଁସାଇଁ ପବନର ଗର୍ଜନ ସହିତ

କୋହଲା ପାଗକୁ।


ଏବେ ତ ଓମିକ୍ରନର ପ୍ରଭାବ

ତାକୁ ଦୂରେଇବା ନିହାତି ଜରୁରୀ

ଭାରି କଷ୍ଟ ପାଉଛୁ ଘର କୋଣେ ବସି

ଯେମିତି ଆମେ ଡହରା ଗାଈ

ମାଡି଼ ଖାଇଯିବୁ ସବୁଜ କ୍ଷେତକୁ

ସେଥିପାଇଁ ତୁଣ୍ଡି ବାନ୍ଧିଅଛୁ।


କେତେ ଆଉ ଦୂରତା ବଜାଇ ରଖିବୁ

ବଞ୍ଚିବାକୁ ତ କାମ ଲୋଡା଼

ସାବୁନ ଖଣ୍ଡେ ମିଳୁନି

ସାନିଟାଇଜର ପାଇଁ ଅର୍ଥ ଆସିବ କେଉଁଠୁ?


ଭଲ ହେଲା ତୁମେ ଆସିଗଲ 

ଏଥର ତ ବୁଝନ୍ତୁ

ନ ଦିଅ ପଛକେ ଶିକ୍ଷାରୁ ପୁଳାଏ

ନ ହୁଏ ପଛକେ ସାକ୍ଷର ଜଗତେ

ବଞ୍ଚିବାକୁ କିନ୍ତୁ କର ତୁମେ କିଛି।


ଦେଖ !

ତୁମ ପାଇଁ ଆଞ୍ଜୁଳା ଆଞ୍ଜୁଳା ଫୁଲ

ମହମହ ବାସ୍ନାୟୀତ ଧୂପ

ଗନ୍ଧ,କର୍ପୁର,ସିନ୍ଦୂର ଓ କଜ୍ଜଳ ଆଣିଛି

ତୁମେ ସୁନ୍ଦର ଦିଶିବ

ସଂସାରର ଦୁଃଖ ପୋଛିବାକୁ।


ମୁଁ ଚାହୁନି ମୋ ହୃଦୟେ ଶିକ୍ଷା ବୁଣିଦିଅ

ଚାହୁଁନି ବି ଭଲ ମଣିଷଟେ ଗଢି଼ ଦେବାକୁ

କେବଳ ଏତିକି ହିଁ ଚାହେଁ

ମଣିଷ ପରି ମଣିଷଟେ 

ମୁକ୍ତିରେ ବଞ୍ଚିବାକୁ ଦିଅ।


ତୁମେ ତ ପାଠର ଦେବୀ

ମୁଁ ପାଗଳ ପରି ଭ୍ରମୁଛି।


ମୋତେ ତୁମେ ପାଗଳ ବି କହିପାର

କିନ୍ତୁ ସଭିଙ୍କ ହୃଦୟରେ 

ଖୁନ୍ଦିଦିଅ ଶିକ୍ଷାର ମୁରୁଜ

ଭଲ କରିଦିଅ ସଭିଙ୍କୁ ସଂସାରର ହାଟରେ

ହେଲେ ମୋର ଲୋଡା 

ଭଲରେ ବଞ୍ଚିବା

ମୁହଁରୁ ତୁଣ୍ଡି ଖୋଲିଦିଅ ଆଉ

ମୁକ୍ତରେ ଦଣ୍ଡେ ବୁଲିବାକୁ 

ପାଣି,ପବନ ଓ ଆଲୋକ ଦେଖିବାକୁ

ଯେଉଁଠି ସବୁ ବିଷାକ୍ତ ହୋଇଛି।

          


Rate this content
Log in