Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

Anirudha Kund

Others

4.0  

Anirudha Kund

Others

ଜୟ ଜଗନ୍ନାଥ

ଜୟ ଜଗନ୍ନାଥ

1 min
64



ଜୟ ଜଗନ୍ନାଥ ଜୟ ଜଗନ୍ନାଥ 

   ଅରକ୍ଷିତ ଦୁଃଖ ହାରି

ଅରଖପୁରରେ ବସିଲ ହୋ ଆସି

    ଲକ୍ଷ୍ମୀକାନ୍ତ ନରହରି


କି ଦେଇ ପୁଜିବୁ କେମିତି ତୋଷିବୁ

     ପ୍ରଭୁ ମନକୁ ତୁମରି 

ତୋତେରେ କାଳିଆ ତୁଳସୀକୁ ଦେଇ

    ଗାଉଥିବୁ ହରି ହରି


ନକରିବ ରୋଷ ନ ଧରିବ ଦୋଷ

    ଦେବ ସବୁ କ୍ଷମାକରି

ତାପିତ ପରାଣେ  ପତିତ ଜୀବନେ

    ଭକ୍ତିଭାବ ଦେବ ଭରି


ଇଚ୍ଛାରେ ତୁମର ଭାସଇ ପଥର

   ପଙ୍ଗୁ ଲଙ୍ଘିଯାଏ ଗିରି

ତୁମ ଇଚ୍ଛା ବିନା ପତ୍ର ବି ହଲେନା

   ଆହେ ଇଚ୍ଛାମୟ ହରି


 ଘଣ୍ଟ ଘୋଡାଇଣ ରଖିବ ହୋ ପ୍ରଭୁ

   ଅରଖପୁର ଆମ୍ଭରି

ତୁମ ପାଦପଦ୍ମେ ଏତିକି ମିନତି  

  ଦୀନବନ୍ଧୁ ଦଇତାରି 


ଜୟ ଜଗନ୍ନାଥ ଜୟ ଜଗନ୍ନାଥ 

   ଅରକ୍ଷିତ ଦୁଃଖ ହାରି

ଅରଖପୁରରେ ବସିଲ ହୋ ଆସି

    ଲକ୍ଷ୍ମୀକାନ୍ତ ନରହରି


(ଗଞ୍ଜାମ ଜିଲ୍ଲାର ଅରଖପୁରରେ ଥିବା ପାଖା ପାଖି ୨୫୦ ବର୍ଷ ତଳର ମନ୍ଦିର ଉପରେ ଆଧାରିତ କବିତା।)


Rate this content
Log in