Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.
Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.

Kusum Panda

Others

4.2  

Kusum Panda

Others

ଜୟ ଗଣେଶ

ଜୟ ଗଣେଶ

1 min
494


ଜୟ ଗଣେଶ   ଜୟ ଗଣେଶ

    ଜୟ ଗଣପତି ବାବା

ଜୟ ତୁମ ପିତା ଭୋଳା ଶଙ୍କର 

   ଜୟ ହର ମହାଦେବା  

ଜୟ ମା ପାର୍ବତୀ ଜୟ ମା ଦେବୀ 

   ଜୟ ସିଦ୍ଧି ବିନାୟକ 

ଜୟ ଭ୍ରାତା ଜୟ  କାର୍ତ୍ତିକେଶ୍ୱର 

    ଜୟ ଜୟ ବେଦ ଅଙ୍କ 

ଜୟ ବ୍ରହ୍ମତା    ଜୟ ବିଦ୍ୟାଧର 

   ପ୍ରଭୁ ତୁମ ବିଦ୍ୟା ଶ୍ରେଷ୍ଠ

କଣ୍ଠେ ଭରି ଦିଅ   ଜ୍ଞାନର ଗଙ୍ଗା

   ତୁମେ ଅଟ ଗୁରୁ ଜ୍ୟେଷ୍ଠ

ବଳ, ବୁଦ୍ଧି ଦେଇ  ସ୍ୱଚ୍ଛ ପଥରେ

   ଭରି ଦିଅ  ପବିତ୍ରତା

ଆପଣା ବାହୁରେ କର୍ମଠ ଶିଖାଇ 

   ପାଶେ ରୁହ ଆମ ସଙ୍ଗତା

ନୈତିକ ସଂସ୍କାର ପୁରୋହିତ ଭାବ 

   ସାଳିତ କ୍ଷେତ୍ରେ ଜଡ଼ିତ

ସର୍ବ ଶାନ୍ତି ସୁଖେ   ବସାଇ ଆମକୁ

   ମୁକ୍ତି ପଥେ ଆଲୋଡିତ 

 ଜୟ ଗଣେଶ   ଜୟ ବିଘ୍ନେଶ୍ୱର

    ଗଜାନନ ବେଶେ ସାଧିତ 

 ଦୁର୍ଦ୍ଦିନ ସଙ୍କଟ   ଦୂର କରି ପାଶୁ

   ରକ୍ଷା କର ପ୍ରଭୁ ତୁରିତ !

    

            



Rate this content
Log in