STORYMIRROR

ସନାତନ ଦାସ

Others

2  

ସନାତନ ଦାସ

Others

ଜୟ ଗଣେଶ ଦେବ

ଜୟ ଗଣେଶ ଦେବ

1 min
58


ହେ ପ୍ରଭୁ, ଲମ୍ବୋଦର ବନ୍ଦଇ ତବ ପୟର,

ଆଶିଷ ବରଷାଇ ଦିଅ ତୁମେ ଅଭୟ ବର..!!


ପିତା ତବ ମହାଦେବ, ମାତା ମହା ସତୀ,

ତୁମ ନାମ ସ୍ମରଣିଲେ ଦୂର ହୁଏ ଭୀତି..!!


ପ୍ରତି କାର୍ଯ୍ୟ ଆରମ୍ଭରେ ତୁମେ ଅଗ୍ରଜ ଦେବ,

ତବ କରୁଣାରେ ଏ ମଣିଷ ବିଦ୍ୱାନ ହୋଇବ..!!


ଏ ପାପୀ ମଣିଷ ଆଜି କୁପଥରେ ଯାଉଛି,

ସତ୍ୟ, ଧର୍ମ ପନ୍ଥାରୁ ଧୀରେ ବିରତ ହେଉଛି..!!


ଦିଅ ତୁମେ ସଦ୍ ବୁଦ୍ଧି ଦିଅ ଦିବ୍ୟ ଜ୍ଞାନ,

ଏ ଘୋର କଳି ରୁ ଉଦ୍ଧାର ମାନବ ଜୀବନ..!!


ହେ ଗଜାନନ ପ୍ରଭୁ, ବିଘ୍ନ ନାଶକ

ତୁମେ ଅଟ ବିଦ୍ୟା ଦେବ,

ତୁମ ଦୟାରୁ ଏ ଛାର ଭକତ

ସଂସାର ରୁ ତରିଯିବ..!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍