ଜୁଇରେ କାନ୍ଦୁଛି ଜିଅନ୍ତା ଶବ
ଜୁଇରେ କାନ୍ଦୁଛି ଜିଅନ୍ତା ଶବ
ବସିଥିଲା ଏକା ବାଟୋଇ ବୁଢୀଟା ଘଞ୍ଚ ବରଗଛ ମୂଳେ
ସେ ପଥେ ପଥିକ ଥିଲି ମୁଁ ନିର୍ଭିକ ସମୟର ଅନ୍ତରାଳେ
ସମୟ କୋଳରେ ବେଳର ଆୟୂଷ ରାତ୍ର ଥିଲା ଅନ୍ଧକାର
କାନ୍ଦୁଥିଲା ପୁଣି ଦୁଃଖର ଦହନେ ନୟନୁ ନିଗାଡି ନୀର ।
ଦୁଃଖ କାହିଁ ସାଥୀ କୁହ ତୁ ଅତିଥି ଝଅଟ ଦିଅ ଜବାବ
କଣ୍ଠେ କୋହ ଭରି କହିଲେ ବିଚାରି ମୁଁ ଗୋଟେ ଜିଅନ୍ତା ଶବ
ଶୁଣି ଏହି କଥା ଘୁରିଗଲା ମଥା ସଜବାଜ ଶବ ପରି
କହିଲା ଡରନା ଆତ୍ମ ପ୍ରବଞ୍ଚନା ତୁଟିଛି ମୋ ସୁଖ ଶିରି ।
କାକ ପକ୍ଷୀ କୋଳେ ବଢିବାର ଆଳେ କୋଇଲି ରହେ କି ଚିର
ଖଣ୍ତି ଉଡା ଦେଲେ ଡେଣା ଟାଣ ହେଲେ ଛୁଏଁ ପଥ ଦିଗନ୍ତର
ଯାହାଙ୍କୁ ପାଳିଲି ନିଜ ପେଟ ଭୁଲି ନିତି ପିଇ ଲୁହ ଲହୁ
ଅର୍ଥ ଅନୁଦାନେ ମୃତ୍ୟୁ ଶଯ୍ୟା ଦାନେ ସାଜିଲେ ମୋ ସାଥେ ଦାଉ ।
ପାଇଗଲେ ଅର୍ଥ ମୋତେ କରି ଅସ୍ତ୍ର ମୋ ମୁହଁ ନୁହଁଇ ଶୁଭ
ନିଆଶ୍ରୀ ସାଜି ମୁଁ ଯନ୍ତ୍ରଣା ଜୁଇରେ କାନ୍ଦୁଛି ଜିଅନ୍ତା ଶବ ।
ଦାଶରଥି ସାହୁ/କଳମ୍ବ/ଗଜାଂମ