ଜରି ଗୋଟାଳି ପିଲା
ଜରି ଗୋଟାଳି ପିଲା


ସେ ନର୍ଦମାକୁ ଭଲପାଏ କିନ୍ତୁ କେବେ
ଭିକାରୁଣୀ ବେଶତ କେବେ ମଉଳା ଫୁଲ
କୋଉଠି ତାହାର ନିର୍ଦ୍ଦିଷ୍ଟ ଠିକଣା
ଜୀବନଟାକୁ ଫିଙ୍ଗି ଦେଇଛି
ଜନପଥ ଓ ଅଳିଆ ଗଦାର ପ୍ରସସ୍ଥ ଛାତିରେ, ଦିହାତ ଚିରା ବସ୍ତ୍ର ,କଂହରା ଦିଶୁଥାଏ ଚୁଟି କେରାକ
କେତେ ଶାନ୍ତ ଚିତ୍ତ ରେ ତା ବେଉସା
ଚିଜଟା କୁ ଖୋଜୁ ଥାଏ ପାଇଗଲେ
ଖୁସି ରେ ଅଖାରେ ଭରିଦିଏ ।
ନିଜ ଅସଲ ଜୀବନଟା କାହିଁ କେତେ ଦୂର
ବିଚରା ଏମାନେ ଧୋକାବାଜ କର୍ମର ଶିକାର।
ମାଆର ମମତା ସାଉଁଟୁଛି ପରିତ୍ୟକ୍ତ
ଡଷ୍ଟବିନ ଭିତରେ
ଆତ୍ମଜୀବନୀ ସମୟର ପ୍ରଭାତରେ
ଜୀଇଁବାର ପୃଷ୍ଠା ଗୁଡିକ ଜରି ମୁଣି ରେ
ଗଳିକନ୍ଦିରେ ନିଷ୍କପଟ ଭାବପୂର୍ଣ୍ଣ ମନ
ଜୀବନ ଜୀବିକା ସବୁ ଏକାକାର
ବର୍ଷା ଶୀତ ଗ୍ରୀଷ୍ମ ସବୁ ତା ଆପଣାର
ଜୀବନଟା କଷ୍ଟ ହେଲେବି
ଜରି ଗୋଟାଇବା ସରଳ ବୃତ୍ତିର ନିର୍ଯ୍ୟାସ
ଗରମ ଝାଳରେ ତୃଷ୍ଣା ମେଣ୍ଟାଏ
ରେଳଲାଇନ ରେ ପଡିଥିବା ପାଣି ବୋତଲ ରେ।ଚିରା ଅଖାଟା ଅଧା ଭର୍ତ୍ତି କିନ୍ତୁ ଭୋକିଲା ପେଟ ବାଟ ଉଗାଳେ,,,
ପେଟ ପୋଡି ଯାଏ ଜରିଗୋଟା ପିଲାଟିର
କବାଡି ବାଲାର ତାଗିଦ ବଡ଼ ଦୁଇ ବସ୍ତା ଜରି, ପ୍ଲାଷ୍ଟିକ ହେଲେ ଟଙ୍କା ମିଳିବ
ବର୍ତ୍ତମାନ ବି ଗୋଟିଏ ବସ୍ତା ହୋଇନି
ଗଲା ସପ୍ତାହ ଆଗୁଆ ଟଙ୍କା ଆଣିଛି
ମାଆ ଦେହ ପାଇଁ, ଆଜି କଅଣ କରିବ
ଏଇ ଭାବନା ଭିତରେ ଭୋକ ରେ ଚେତାଶୂନ୍ୟ ହୋଇ ବି ବଞ୍ଚିବାର ରାହା
ଖୋଜେ ଅଳିଆ ଆବର୍ଜନା ଗଦାରେ ।