STORYMIRROR

Naba Kumar Das

Others

3  

Naba Kumar Das

Others

ଜରାଶ୍ରମ

ଜରାଶ୍ରମ

1 min
172

ପରିତ୍ୟକ୍ତ ପାନ୍ଥଶାଳା ନୁହେଁ 

କି କଂସର କାରାଗାର 

ଅମାବାସ୍ୟାର ତର୍କ ଅନ୍ଧକାର ନୁହେଁ 

କି ଭୂତ କୋଠି ସ୍ମଶାନର .....


ଏଠି ବି ହସ ଅଛି 

ଏକ ନିସ୍ଵାର୍ଥପର ନଈଟେ ପରି 

ପୃଷ୍ଠା ପରେ ପୃଷ୍ଠା ଲେଉଟାଉଛି 

ନୀଡ଼ ଆଶ୍ରୟର ନୂଆ କାହାଣୀ ନେଇ .....


ତୋର କଣ ମନେ ନାହିଁ 

ଆଙ୍ଗୁଳି ଧରି କୁନି ପାଦରେ ଚାଲି ଶିଖାଇବା କଥା 

କାଳିକାରେ ମଧୁ ମହକାଇ 

ସେ ହସର ଗୋଟା ଗୋଟା ମୁକ୍ତା .....


ହେଲେ ତୁ କଣ ଦିଗବଳୟର 

ଦୂର ଅଂଶକୁ ନେଇ ଘର କରିଥିଲୁ 

ଏକା ଏକା ରହି ମୁକ୍ତ ଆକାଶର 

ବୁଢ଼ା ବୁଢ଼ୀଙ୍କୁ ପର କରିବାକୁ ଭାବିଥିଲୁ .......


ତୁ କଣ ଭାବିଛୁ ସେମାନେ ଏଠି 

ବହୁତ ଖୁସି ରେ ରହିବେ ବୋଲି ହସି ହସି 

ହଁ ସେମାନେ ଖୁସିରେ ଅଛନ୍ତି 

ତାଙ୍କ ରକ୍ତର ରଙ୍ଗକୁ ନିନ୍ଦି କାନ୍ଦି କାନ୍ଦି ......



Rate this content
Log in