ଜ୍ଞାନର ଆଲୋକ
ଜ୍ଞାନର ଆଲୋକ
1 min
176
ନିସ୍ବ ବୋଲି କେବେ ଦିଏ ନାହିଁ ଗାଳି
ଯେମିତି ଗଢିଛି ମୋତେ
ତୁମରି ଦୃଷ୍ଟିରେ ଗଢା ଯେଣୁ ମୁହିଁ
ଧନ୍ଯମଣେନିଜ ମତେ।
ମନେ ଥିବା ମୋର କଳୁଷିତ ପଣ
ଛଡାଇ ନିଅହେ ତୁମେ
ସ୍ନେହ ପ୍ରେମ ଭକ୍ତି ଭର ମୋ ଅନ୍ତରେ
ବିଶ୍ବକୁ ଆପଣା ମନେ।
ଚରାଚର ବିଶ୍ବ ତୁମରି ତ ସୃଷ୍ଟି
ମୁଁ ଅଟେ ବିଷାକ୍ତ ପ୍ରାଣୀ
ସ୍ବାର୍ଥକୁ ଅସ୍ତ୍ର ତ କରି ମୁଁ ବଞ୍ଚିଛି
ଶୁଣେନି ତୁମର ବାଣୀ।
ସତ ଏଠି କାନ୍ଦେ ଗଡାଇଣ ଲୁହ
ମିଛର ତ ଜୟଗାନ
ଛଳନା ସାଗରେ ବୁଡିଛି ସଂସାର
ପାଏନାହିଁ ନିରିବାଣ।
ପ୍ରେମ ପରିହାସ ନାହିଁ ଅନୁରାଗ
ସବୁ ଏଠି କଉତୁକ
ଦର୍ଶକ ହୋଇ ମୁଁ ଦେଖୁଅଛି ପ୍ରଭୁ
ଦିଅ ଜ୍ଞାନର ଆଲୋକ।
