STORYMIRROR

Bunee Tripathy

Others

3  

Bunee Tripathy

Others

ଜ୍ଞାନର ଆଲୋକ

ଜ୍ଞାନର ଆଲୋକ

1 min
183

ନିସ୍ବ ବୋଲି କେବେ ଦିଏ ନାହିଁ ଗାଳି

   ଯେମିତି ଗଢିଛି ମୋତେ

ତୁମରି ଦୃଷ୍ଟିରେ ଗଢା ଯେଣୁ ମୁହିଁ

   ଧନ୍ଯମଣେନିଜ ମତେ।


ମନେ ଥିବା ମୋର କଳୁଷିତ ପଣ

   ଛଡାଇ ନିଅହେ ତୁମେ

ସ୍ନେହ ପ୍ରେମ ଭକ୍ତି ଭର ମୋ ଅନ୍ତରେ

   ବିଶ୍ବକୁ ଆପଣା ମନେ।


ଚରାଚର ବିଶ୍ବ ତୁମରି ତ ସୃଷ୍ଟି

  ମୁଁ ଅଟେ ବିଷାକ୍ତ ପ୍ରାଣୀ

ସ୍ବାର୍ଥକୁ ଅସ୍ତ୍ର ତ କରି ମୁଁ ବଞ୍ଚିଛି

   ଶୁଣେନି ତୁମର ବାଣୀ।


ସତ ଏଠି କାନ୍ଦେ ଗଡାଇଣ ଲୁହ

   ମିଛର ତ ଜୟଗାନ

ଛଳନା ସାଗରେ ବୁଡିଛି ସଂସାର

   ପାଏନାହିଁ ନିରିବାଣ।


ପ୍ରେମ ପରିହାସ ନାହିଁ ଅନୁରାଗ

   ସବୁ ଏଠି କଉତୁକ

ଦର୍ଶକ ହୋଇ ମୁଁ ଦେଖୁଅଛି ପ୍ରଭୁ

  ଦିଅ ଜ୍ଞାନର ଆଲୋକ।

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍