ଜନ୍ମଦିନ
ଜନ୍ମଦିନ

1 min

322
କେଉଁଠି ଜନ୍ମ ଦିନର ଉତ୍ସବରେ
ଟଙ୍କା ପାଣି ପରି ବୋହିଯାଏ,
କେଉଁଠି କାହା ପାଇଁ ଜନ୍ମଦିନ
ପାଣିର ଗାର ପରି ହୋଇଥାଏ..!!
କେକ୍ କଟା, ଭୋଜି ଭାତରେ
ମହଲ ହୁଏ ଆଲୋକିତ,
କିନ୍ତୁ ଚିର ଅନ୍ଧାର ବିରାଜିତ କରେ
ମହଲର ପଛ ପାଖେ ଏକ କୁଡ଼ିଆରେ
କାହାର ଜନ୍ମ ତାରିଖ ଭୁଲି ଯାଇଥିବା
ଏକ ବିସ୍ମୃତିର ଆସ୍ତରଣରେ..!!
ମହଲର ଫିଙ୍ଗା ଅଇଁଠାରେ
ପଛ ସାହିର ସେଇ ଦୁର୍ବଳ ପିଲାଟି
ଝାମ୍ପି ପଡି ସାଉଁଟି ଆଣେ
ଖାଦ୍ୟ ଟୁକୁଡା ପେଟ ଭରିବାକୁ.!!
ଆଉ ନିଜର ଭୁଲି ଯାଇଥିବା ଜନ୍ମଦିନ ପାଳିବାକୁ..!!