STORYMIRROR

ସନାତନ ଦାସ

Others

3  

ସନାତନ ଦାସ

Others

ଜନ୍ମଦିନ

ଜନ୍ମଦିନ

1 min
323

କେଉଁଠି ଜନ୍ମ ଦିନର ଉତ୍ସବରେ

ଟଙ୍କା ପାଣି ପରି ବୋହିଯାଏ,

କେଉଁଠି କାହା ପାଇଁ ଜନ୍ମଦିନ

ପାଣିର ଗାର ପରି ହୋଇଥାଏ..!!


କେକ୍ କଟା, ଭୋଜି ଭାତରେ

ମହଲ ହୁଏ ଆଲୋକିତ,

କିନ୍ତୁ ଚିର ଅନ୍ଧାର ବିରାଜିତ କରେ

ମହଲର ପଛ ପାଖେ ଏକ କୁଡ଼ିଆରେ

କାହାର ଜନ୍ମ ତାରିଖ ଭୁଲି ଯାଇଥିବା 

ଏକ ବିସ୍ମୃତିର ଆସ୍ତରଣରେ..!!


ମହଲର ଫିଙ୍ଗା ଅଇଁଠାରେ

ପଛ ସାହିର ସେଇ ଦୁର୍ବଳ ପିଲାଟି

ଝାମ୍ପି ପଡି ସାଉଁଟି ଆଣେ

ଖାଦ୍ୟ ଟୁକୁଡା ପେଟ ଭରିବାକୁ.!!


ଆଉ ନିଜର ଭୁଲି ଯାଇଥିବା ଜନ୍ମଦିନ ପାଳିବାକୁ..!!


Rate this content
Log in