Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rashmibala Satapathy

Others

3.4  

Rashmibala Satapathy

Others

ଜନ୍ମଦିନ

ଜନ୍ମଦିନ

1 min
320



ବରଷକେ ଥରେ ଆସିଛି ତୁମ ଶୁଭ ଜନ୍ମଦିନ,

ମୋ ତରଫରୁ ତୁମକୁ ଶୁଭେଚ୍ଛା ଓ ଅଭିନନ୍ଦନ।

ଚଲାପଥ ଭାରିଯାଉ ଖୁସିରେ ତୁମର,

କେବେ ବି ଦୁଃଖ ନ ମାଡୁ ପାଖ ତୁମର।

ଜୀବନକୁ ଉତ୍ସର୍ଗ କରିଛ ଲେଖନୀ ମୁନରେ,

ଈଶ୍ୱର ସାହା ତୁମକୁ ହୁଅନ୍ତୁ ସବୁ ବିପଦରେ।

କରୁଛି କେବଳ ତୁମର ମଙ୍ଗଳ କାମନା,

ଈଶ୍ୱରଙ୍କ ଚରଣରେ ଏହା ହିଁ ମୋ ପ୍ରାର୍ଥନା।

ଏହି ଦିନଟି ନେଇଆସୁ ତୁମ ପାଇଁ ଖୁସିର ଜୁଆର,

ଜନ୍ମ ଦିନଟିକୁ ମନ ଭରି ଉପଭୋଗ କର।

ସବୁବେଳେ ତୁମ ଓଠେ ହସ ରହୁଥାଉ,

ମୋ ଆୟୁଷ ସବୁ ତୁମକୁ ଲଗିଯାଉ।

ସହିପରିବିନି ମୁଁ ଯେ ତୁମ ଆଖି ଲୁହ,

କେବେ ବି ଆଖିରୁ ଲୁହ ଝରେଇବନି ରାଣ ଦେଇ କୁହ।

ଯେତେ ବାଧା ବିଘ୍ନ ଆସୁ ସାହସ ରଖିବ,

କେବେ ହେଁ ନିଜକୁ ଏକା ନ ଭାବିବ।

ଉପହାର ଭାବି ଏହାକୁ ଶ୍ରଦ୍ଧାରେ ପଢ଼ିବ,

ହୃଦୟର ଶୁଭେଚ୍ଛାକୁ ଗ୍ରହଣ କରିବ।

ଅଶେଷ ଅଭିନନ୍ଦନ ତୁମ ଜନ୍ମଦିନ ସକାଶେ,

କୁସୁମିତ ହେଉ ତୁମ ଭବିଷ୍ୟତ ପ୍ରଭୁଙ୍କ ଆଦେଶେ।।



Rate this content
Log in