STORYMIRROR

Priyabrata Mohanty

Children Stories Inspirational

3  

Priyabrata Mohanty

Children Stories Inspirational

ଜନ୍ମଦିନ

ଜନ୍ମଦିନ

1 min
590


ଜନମ ନକ୍ଷେତ୍ର    ହୋଇଲେ ସ୍ୱକ୍ଷେତ୍ର

ବିତେ ଏକ ବର୍ଷ ମାତ୍ର,

ସତ୍ୟ ନାରାୟଣ     ହୁଅନ୍ତି ପୂଜନ

ହେଉଥିଲେ ଜନ୍ମ ଦିନ ।।


କ୍ଷୀର ପିଠା ପଣା    ଚାଲିଥାଏ ଛଣା

ନୂଆ ଲୁଗା ହୁଏ କିଣା,

ସଜ ବାଜ ହୋଇ    ନୂଆ ଲୁଗା ପିନ୍ଧି

ପ୍ରଣାମ କରୁ ଯାଇ ।।


ଦିନ ପରେ ଦିନ    ବିତିଯାଏ ଦିନ

ଆସିଲେ ଜନମ ଦିନ,

ବଡ଼ ଠାରୁ ସାନ    ବନ୍ଧୁ ପରିଜନ

କରନ୍ତି ଅଭିନନ୍ଦନ ।।


ସାଙ୍ଗ ସାଥି ମାନ    ହୋଇ ଏକ ସ୍ଥାନ

କରୁଥାଏ ନାଚ ଗାନ,

ଉଡ଼ିଥାଏ ମନ    ହୋଇ ଛନ ଛନ

ନୟନ ଦେଖେ ସପନ ।।


ଲିଭାଇ ଦୀପକ    କଟାଯାଏ କେକ

ତାଳି ମାରନ୍ତି ଦର୍ଶକ,

କେକର ଚେଙ୍କ    ମୁଁହରେ ତାଙ୍କ

ଆସିଥିବା ଭଦ୍ରଲୋକ ।।


ସୋମରସ ଭୋକ    ନାହିଁ ଏଠି ରୋକ

ସବୁ ଏଠି ଅଲାଜୁକ ।।

ମଣିଷର ଚାଙ୍କ    ହୋଇଛି ଅଭେକ

ଧନ୍ୟ ଯୁଗ ଆଧୁନିକ ।।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍