ଜନ୍ମ ଦିବସ
ଜନ୍ମ ଦିବସ
ଆଜିର ଏଇ ପବିତ୍ର ଦିବସେ
ଜନମିଥିଲ ତୁମେ ଏ ଧରାରେ,
କେତେ ଘାତ ପ୍ରତିଘାତ ସହିଣ
ସେବିଛ ଆମକୁ ନିଃସ୍ୱାର୍ଥ ଭାବରେ ।
କେତେ ଜୁଆର ଭଟା ଲହଡିରେ
ଦୋହଲିଛି ଆମ ଜୀବନ,
କୁଳରେ ନାଆକୁ ଲଗାଇ ଦେଇଛ
ତୁମେ ସର୍ବଦା ନାଉରୀ ହୋଇଣ ।
ଜୀବନ କାଳରେ ଦେଖି ଦେଇଅଛ
ବାଆ ବତାସ ଝଡ କେତେ,
ପାଦେ ପାଦେ ପଥ ଦେଖାଇ ଆସିଛ
ସେନାପତି ସାଜି ତୁମେ ସତେ ।
ଜନନୀ ଭଗିନୀ ଜାୟାର ଦାୟିତ୍ୱ
ଥିଲା ଯେ କେତେ ତୁମ ଉପରେ,
ତଥାପି ତୁମେ ସହିଣ କଷଣ
ମଣିଷ କଲ ଆମକୁ ସଂସାରରେ ।
କେତେ ରାଗ ଋଷା ମାନ ଅଭିମାନ
କରିଛି ମୁଁ ତୁମ ଉପରେ,
ସବୁ ହସି ହସି ଯାଇଅଛ ପିଇ
ନରଖି କିଛି ମନ ଭିତରେ ।
ଅଣଚାଷ ତମ ଜନମ ଦିନରେ
ଏତିକି ମାଗୁଣି ବିଭୁ ପୟରେ,
ଆଗାମୀ ଦିନ ତୁମ କଟିଯାଉ ସଦା
ସୁଖ ଶାନ୍ତି ସୁସ୍ଥ ସମୃଦ୍ଧିରେ ।
