ଜନ୍ଦା
ଜନ୍ଦା
ଜନ୍ଦା ବୋଲି ଅଟେ ନାମଟି ମୋର
ନୁହଁଇ ଶକତ ଅଟେ ମୁଁ ଛାର
ଛଅ ଗୋଡ଼ ପୁଣି ଦୁଇଟି ସିଙ୍ଗ
ସେଥିରେ କରଇ ଅନେକ କାର୍ଯ୍ୟ ll
ବଡ଼ ଗୋଡ଼ ଅଟେ ଚାରୋଟି ମୋର
ସାନ ଗୋଡ଼ ଥାଏ ମଝିରେ ମୋର
ରହେ ମୁଁ ଯେଉଁଠି ସେଇଠି ମୋ ଘର
ଅଟଇ ପବିତ୍ର ମନ୍ଦିର ମୋର ll
ବିଶାଳ ମନ୍ଦିର ନୁହେଁ ମୋ ଘର
ମାଟି ତଳେ ଥାଏ ମୋ ସୁଖୀ ଘର
ଧନ ସମ୍ପଦରେ ଥାଏ ସଦା ପୁରି
ରହେନା କେବେବି ଗରିବି ମୋହରି ll
ମଣିଷ ଭଳି ମୁଁ ନୁହଁଇ ଆଳସ୍ୟ
ରହେ ସଦା ମୋର ଚିତ୍ତ ସରସ
କରଇ କାମ ମୁଁ ପ୍ରଫୁଲ୍ଲ ମନେ
ରୋହଇ ଜୀବନ ଆନନ୍ଦ ମନେ ll
ବିଶାଳ ଠାରୁ ହୃଦ ଗଙ୍ଗା ଠାରୁ ଶୁଦ୍ଧ
ଅଟଇ ମଣିଷର ଜୀବନ ସୁଖ
ମାତର ଆଳସ୍ୟ ସ୍ଵଭାଵ ମନେ
ରଖି ନିରନ୍ତର ବିଳାସ ବ୍ୟସନେ
ପାଉଥାଏ କେତେ ଦୁଃଖ ll
ତେଣୁ ହେ ମଣିଷ ମାନ ମୋର ବାକ୍ୟ
କରନି ହେଳା ସମୟ ଯାକ
କର୍ତ୍ତବ୍ୟକୁ ନିଜର ଗୁରୁ ମଣି
କରିଚାଲ ଶରୀରକୁ କରିଣ ପାଣି ll
ଦେଖିବ ଦିନେ ପର୍ବତ ନିଜକୁ
ଛୋଟ ମଣିବ ଦେଖି ତୁମକୁ
ମିଥ୍ୟା ନୁହଁଇ ବଚନ ମୋର
କହେ ମୁଁ ନୀଚ ଛାର ପାମର ll