STORYMIRROR

Nihar Ranjan Acharya

Others

4  

Nihar Ranjan Acharya

Others

ଜନ ସାଧାରଣ

ଜନ ସାଧାରଣ

1 min
331

ପ୍ରତାରିତ ଜୀବନକୁ ନେଇ ଜିଇଁଛି ମୁଁ ପ୍ରତି କ୍ଷଣ 

କେବେ ମଣିଷର ତ କେବେ ସମୟର 

ଚାଲେ ଏଠି ଛନ୍ଦ କପଟ ଅବିଶ୍ୱାସର ରଣ, 

ତଥାପି ବଞ୍ଚିଛି ଆଗକୁ ଆଗେଇ ଚାଲିଛି 

ଥକା ମେଣ୍ଟାଇବାକୁ ନାହିଁ ଇଛା ମୋର 

ପାଇବାର ନାହିଁ ଆଶା-କିଛି ସମ୍ଭାଷଣ। 


ଏଠି କିଣା-ବିକା ହୁଏ ସମ୍ପର୍କର ମୂଲ୍ୟବୋଧ

ସ୍ବାର୍ଥ ପାଇଁ ବନ୍ଧା ପଡ଼େ ମାନବିକତା 

ନିଜ ରକ୍ତ ଲାଗେ ବୋଝ ଉପରେ ଋଣ, 

ଭାଇ ସାଜେ ଏଠି ଭାଇର ଭଗାରି 

ପୁଅ ଭାବେ ବାପା-ମାଆଙ୍କୁ ବଇରି

ଦେଇଚ଼ାଲେ ମନ ଇଚ୍ଛା କଷଣ। 


ତଥାପି ଏଠି ଭଲ ମଣିଷ ଖୋଜା ଚାଲିଛି 

ଭଲର ସଜ୍ଞା କ'ଣ-କିଏ ଏଠି ଜାଣିଛି 

କରିଚ଼ାଲେ ନିଜ କ୍ଷମତାର ରୋପଣ, 

ତେଲିଆ ମୁଣ୍ଡରେ ତେଲ ଢଳା ନୀତି 

ଅନ୍ଧ ଦେଶ ବୁଲି ବୁଲି ଦର୍ପଣ ବିକି 

ସାଜିଥାଏ ଦେଶର ଜଣେ ଜନ ସାଧାରଣ। 


ଏଠି ଅନ୍ଯାୟ ଅନୀତି ହୁଏ ନ୍ଯାୟରେ ଗଣା 

ସତ୍ଯ ନ୍ଯାୟ ଧର୍ମ ନୀତି ଆଦର୍ଶ ହୁଏ ବାଟ ବଣା 

ଚୋର ଟାଉଟର୍ ବଦମାସ୍ ଦିଏ ଭାଷଣ, 

ସ୍ପଷ୍ଟବାଦୀ ମଣିଷ ପାଇଚ଼ାଲେ ଗଞ୍ଜଣା 

ଭଲ ମଣିଷରେ ହୁଏ ନାହିଁ ସେ ଗଣା 

ନିଜେ ବଞ୍ଚି ଅନ୍ଯକୁ ବଞ୍ଚାଇବା ପାଇଁ କରିଚ଼ାଲେ ଋଣ। 


ଏଠି ମନ ଅଛି ଯାହାର ଧନ ନାହିଁ ତା' ପାଖେ 

ଧନ ଥିବା ଲୋକ ସମ୍ପର୍କ ବିମୁଖେ 

ଦାନ ଧର୍ମ ଛାଡ଼ି ଧନ ସଞ୍ଚି ସଞ୍ଚି ହୁଏ କୃପଣ, 

ନାରୀ ଭୁଲେ ଏଠି ପ୍ରକୃତିର କାୟା 

ସ୍ବେଚ୍ଛାଚ଼ାରୀ ହୋଇ ରଚ଼େ ତା'ର ମାୟା 

ସଂସାରକୁ ଦିଏ ଖାଲି ପାପର କଷଣ।

       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍