ଜଳଛତ୍ର
ଜଳଛତ୍ର
ପ୍ରଚଣ୍ତ ଆତପ ଆଣି ଆସିଛି ସମୟ
ଚରାଚର ପ୍ରାଣୀ ଗଣ ପୀଡେ ଅତିଶୟ ।
କ୍ଷଣେ କ୍ଷଣେ ଉଠେ ଝାଞ୍ଜି ଯେଭୀଷଣ ତର
ଉଡାଇ ନିଅଇ ଧୂଳି ତପ୍ତ ବାଲି ( ଆଦି ) ଖର ।
ପ୍ରଖର ଆତପେ ଝରେ ଗମଗମ ଝାଳ
ବାହାର କୁ ବାହାରିବା ହୁଅଇ ମୁସ୍କିଲ ।
ଗରମ ବଢଇ ଖରା ତାପେ ସିଝେ ଦେହ
ବିଶ୍ରାମ ଲୋଡନ୍ତି ସର୍ବେ ଆକୁଳ ହୂଦୟ ।
ଏସନ ସମୟେ ଯେତେ ଜରୁରୀ କାମରେ
ଯାଇ ଥାନ୍ତି ବାହାରକୁ ଖରା ପ୍ରକୋପରେ ।
ସିଝି ଝାଉଳି ଯାଆନ୍ତି ଅନେକ ଶୋଷରେ
ଖୋଜୁ ଥାନ୍ତି ଜଳ ବା ପାନୀୟ କେଉଁ ଠାରେ ।
ଜଳଛତ୍ର ଖୋଲି ଥାଏ ଅନେକ ସ୍ଥାନରେ
ଅସହାୟ ଜୀବ ଯହିଁ ଜଳ ଲାଭ କରେ ।
ଜଳଛତ୍ର ତାହା ଖୋଲେ ଗ୍ରୀଷମ କାଳରେ
ହୋଇ ଥାନ୍ତି ସର୍ବେ ଜମା ସେଠାବେ ଆତୁରେ ।
ସେଠାବରେ ନେଇ ଜନେ ବିଶ୍ରାମ ନିମିଷେ
ଆପଣାର ପଥେ ପୁଣି ଚାଲି ଯାନ୍ତି ଶେଷେ ।
ଗ୍ରାମ ନଗରେ ସହରେ ସବୁଠି ଅନେକ
ଖୋଲା ଯାଇ ଦିଆ ଯାଏ ଆର୍ତ୍ତି କୁ ଉଦକ ।
ଦାନ କରା ଯାଉ ଥିଲା ସଖାଳରୁ ରାତ୍ରି
ସ୍ବେଚ୍ଛା ସେବୀ ଜନେ ନିତି ଯେ ରତ ଥାଆନ୍ତି ।
ଜଳ ଛତ୍ର ନିଦାଘ ର ଉତ୍ତାପ ପ୍ରଭାବେ
କ୍ଳିଷ୍ଟ ଶ୍ରାନ୍ତ ପାନ୍ଥ ଶୋଷ ନାଶେ ଠାବେ ଠାବେ ।
ସମାଜର ଅଗ୍ରଗତି ସହିତ ତାହାର
ଲୁପ୍ତ ଆଜି ଉଠେ ନିତି ତୀବ୍ର ହାହା କାର ।
ବକ୍ଷ ଲତା ହୀନ ପୁଣି ପରିବେଶ ଆଜି
ଶାନ୍ତ ‐ସୁଶ୍ଯାମଳ ବେଶ ଲୁପ୍ତ ହୋଇ ସାଜି ।
ଅଛଇ ପ୍ରକୁତି ଏବେ ବିକଟ ଓ ଉଗ୍ର
ନୀରିହ ଜୀବଙ୍କ ପ୍ରାଣେ ଦୁଃଖ ଦାହ ତୀବ୍ର ।
ତୋଳୁଛି ସବୁଠି କାହିଁ ନାହିଁ ଆଗ ଶୋଭା
ଜଳ ବାୟୁ ହୀନ ସବୁ ଆତପର ପ୍ରଭା ।
ପ୍ରଭାବେ ଚାଲନ୍ତି ସିଝି ସର୍ବେ ନିରନ୍ତର
କାହି ଦିଶୁ ନାହିଁ ଏବେ ଆଉ ଜଳ ଛତ୍ର ।
