STORYMIRROR

BISWESWAR MAJHI

Others

4.7  

BISWESWAR MAJHI

Others

ଜିଲ୍ଲା ପରିକ୍ରମା: କୋରାପୁଟ

ଜିଲ୍ଲା ପରିକ୍ରମା: କୋରାପୁଟ

2 mins
53



ଆନ୍ଧ୍ର ପ୍ରଦେଶରୁ ତେଲେଙ୍ଗାନା ସୀମା ଦକ୍ଷିଣରେ ଓଡିଶାର

କୋରାପୁଟ ଜିଲ୍ଲା ଅବସ୍ଥିତ ଯହିଁ ପ୍ରକୃତିର ଖେଳ ଘର।

ରାମାୟଣର ଦଣ୍ଡକ ଅରଣ୍ୟ ଆମ କୋରାପୁଟ ଜିଲ୍ଲା

ଦଣ୍ଡକାରଣ୍ୟ ପ୍ରକଳ୍ପ ତାହାର ପ୍ରମାଣ ଯୋଗାଇ ଦେଲା।


ପଡୋଶୀ ରାଇଜ ଛତିଶଗଡରେ ଚିତ୍ରକୁଟ ବନଚୟ

ତହିଁ ନିକଟରେ କୋଶଳ ରାଇଜ ଶ୍ରୀରାମ ମାତୁଳାଳୟ।

ଅବିଭକ୍ତ ଜିଲ୍ଲା ଚାରି ଭାଗ ହେଲା କୋରାପୁଟ ରାୟଗଡା 

ନବରଙ୍ଗପୁର ମାଲକାନଗିରି ନୂଆ ନୂଆ ଜିଲ୍ଲା ଗଢା।


ଆଦିବାସୀ ଅଧ୍ୟୁଷିତ ଜିଲ୍ଲାଟିଏ ବଣ ପାହାଡ ମୁକୁଟ

ଜୟପୁର ତା'ର ପ୍ରମୁଖ ସହର ସଦରଟି କୋରାପୁଟ।

ଶାବର ଶ୍ରୀକ୍ଷେତ୍ର ବୋଲି ତା'ର ନାମ ବିଶାଳ ମନ୍ଦିର ଭବ୍ୟ

ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ଅଙ୍କିତ ହୋଇଛି ପରିବେଶ କରି ଦିବ୍ୟ।


ଡଙ୍ଗରିଆ କନ୍ଧ କୁଟିଆ କନ୍ଧାଦି ପୁରାତନ ଅଧିବାସୀ

କୋୟା ଗଣ୍ଡ ପରଜା ଆଦିଙ୍କୁ ନେଇ ରହିଛନ୍ତି ବନବାସୀ। 

ହିକକା ଶିକକା ବିଡିକା କାଡ୍ରାକା କୁଲେସିକା ପୁଣି ଉଲାକା

ଆଦିବାସୀଙ୍କର ସାଂଜ୍ଞା ଏହିପରି ଗମାଙ୍ଗୋ ମାଣ୍ଡାଙ୍ଗି ସାରକା।


ବାବା ଗୁପ୍ତେଶ୍ୱର ଗୁପତେ ଅଛନ୍ତି ବୈପାରିଗୁଡା ନିକଟ

ଝରଣା କୁଳରେ ଗୁମ୍ଫା ମଧ୍ୟେ ସ୍ଥାନ ବଣ ପାହାଡ ବିକଟ।

ପଟ୍ଟାଙ୍ଗି ସେମିଳିଗୁଡା ସୁନାବେଡା କୋରାପୁଟ ଥଣ୍ଡା ସ୍ଥାନ

ସୁଉଚ୍ଚ ପର୍ବତ ଦେଓମାଳି ତଳେ ବିତେ ଜୀବିକା ଜୀବନ।


ନୈସର୍ଗିକ ଶୋଭା କୋରାପୁଟ ଭରା ପାହାଡର ତଳେ ମେଘ

ଜଙ୍ଗଲରେ କେତେ ହରିଣ ସମ୍ବର କୁଟୁରା ମହିଷି ବାଘ।

ପାହାଡ ଥାକରେ ମାଣ୍ଡିଆ ଅଳସୀ ସୋରିଷ ଫୁଲର ମାଳ

ହଳଦୀ ଚାଷର ସହ ପୋଡ଼ୁଚାଷ ଆଦିବାସୀଙ୍କର ବଳ।


ଡିଆରଡିଏ ପୁଣି ସୁନାବେଡା ଠାରେ ମିଗ୍ ବିମାନ କାରଖାନା

ହିନ୍ଦୁସ୍ଥାନ ଏରୋନାଟିକ୍ସ ସଂସ୍ଥାପିତ ମୂଳବାସୀ ବିସ୍ଥାପନା। 

ବକସାଇଟ ଖଣି ଉତ୍ତୋଳନ ପାଇଁ ପଞ୍ଚପଟମାଳି ଠାରେ

ନାଲକୋ ରିଫାଇନେରି ସସ୍ଥାପନା ଦାମନଯୋଡି ନାମରେ।


କେରଣ୍ଡୁଲ ଠାରୁ ବିଶାଖାପାଟଣା ତହୁଁ ରାୟଗଡା ଯାଏ

ସୁଡଙ୍ଗ ରେଳର ବ୍ୟବସ୍ଥା ହୋଇଛି ଆଖି ନ ପାଇବା ଯାଏ।

ମାଛକୁଣ୍ଡ ଠାରେ ବହୁମୁଖୀ ଗୋଟେ ଜଳପ୍ରପାତ ଫୁଆର

ଜଳ ବିଦ୍ୟୁତର ବୃହତ ପ୍ରକଳ୍ପ ଆନ୍ଧ୍ର ଓଡିଶା ସୀମାର।


ଜୀବନୀ ଜୀବିକା ଦୁଃଖ ସୁଖ ଗାଥା ନିୟମଗିରିର ପଥ

ପରଜା ଦାଦିବୁଢା ଉପନ୍ୟାସ ମାନ ଲେଖିଛନ୍ତି ଗୋପୀନାଥ।

ପରବ ନାମରେ ପର୍ବ ସେ ପାଳନ୍ତି ସରକାରୀ ପ୍ରୋତ୍ସାହନ

ଢେମସା ବଜାଇ ଝୁମି ନାଚି ଗାଇ କଳାପ୍ରିୟ ବନ ଜନ।


ନିର୍ଜନ ରାତିରେ ଧାଙ୍ଗଡା ବସାରୁ ବଇଂଶୀର ସ୍ୱର ଭାସେ

ଧାଙ୍ଗଡୀ ବସାର ଅନିନ୍ଦ୍ୟ ଯୌବନା ମନେ ମନେ ତାକୁ ରସେ।

ସରଳ ପ୍ରାଣରେ ଗରଲ ନଥାଏ ଜଟିଳତା ଆଇନର

ଦୋଷୀକୁ ଦଣ୍ଡ ଆଗ ଦେଇ ସାରି ପୁଲିସ୍ ପାଖେ ହାଜର।



Rate this content
Log in