STORYMIRROR

BISWESWAR MAJHI

Others

4  

BISWESWAR MAJHI

Others

ଜିଲ୍ଲା ପରିକ୍ରମା: ଖୋର୍ଦ୍ଧା

ଜିଲ୍ଲା ପରିକ୍ରମା: ଖୋର୍ଦ୍ଧା

2 mins
377

,   ଜିଲ୍ଲା : ଖୋର୍ଦ୍ଧା 

ବୀର ପାଇକର ମାଟିକୁ ପ୍ରଣାମ ଖୋରଧା ମାଟିର ଗାଥା

ଦଳବେହେରା ଛୁଆଳସିଂ ମର୍ଦ୍ଦରାଜ ଦକ୍ଷିଣ କବାଟ କଥା।

କେତେ ଦଳପତି ଖୋରଧା ଗଡର ଅତି ବିଶ୍ୱାସ ଭାଜନ

ଲଳିତା ପାଟ ମହାଦେଇ ଷଡଯନ୍ତ୍ର କରିଦେଲେ ଅକାରଣ।୧


ଜ୍ୟୋତିର୍ଲିଙ୍ଗ ମଧ୍ୟେ ଅନ୍ୟତମ ଲିଙ୍ଗ ବାବା ଲିଙ୍ଗରାଜ ପୀଠ

ଅନନ୍ତ ବାସୁଦେବ ବିନ୍ଦୁସାଗର କେଦାରଗୌରୀଙ୍କ ପାଠ।

ଖୋର୍ଦ୍ଧା ଜିଲ୍ଲାର ସୁରକ୍ଷା ଦିଅନ୍ତି ଉଗ୍ରତାରା ଭଗବତୀ

ଚିଲିକା ଗରଭେ ମାଆ କାଳିଜାଇ ବରୁଣାଇ ନାହିଁ ଭୀତି।୨


କଟକ ସୀମାରେ ନନ୍ଦନ କାନନ ଚିଡିଆଖାନା ପ୍ରସିଦ୍ଧ

ଉଦ୍ଭିଦ ବିଜ୍ଞାନ ବଗିଚା ସଂଯୋଗ ଚନ୍ଦକା ଜଙ୍ଗଲ ଉର୍ଦ୍ଧ୍ଵ।

ଓଡିଶାର ରାଜଧାନୀ ସେ ଜିଲ୍ଲାରେ ମନ୍ଦିର ମାଳିନୀ ସହର

ସ୍ମାର୍ଟ ସିଟି ବିଶ୍ୱ ମାନଚିତ୍ରେ ଗଣା ଝକାସ୍ ଭୁବନେଶ୍ୱର।୩


ବିଶ୍ୱ ପ୍ରସିଦ୍ଧ ଅଶ୍ୱ କ୍ଷୁରାକୃତି ଲବଣ ହ୍ରଦ ଚିଲିକା

ବିଦେଶରୁ ଲକ୍ଷ ଲକ୍ଷ ପକ୍ଷୀକୁଳ ଆସନ୍ତି ଉଡି ଉଡିକା।

ଖୋର୍ଦ୍ଧା ସମୀପ ବାଘମାରୀ ଠାରେ ଉଷ୍ଣ ପ୍ରସ୍ରବଣ ଅଟ୍ରି

ପ୍ରାକୃତିକ ଗନ୍ଧକ ନିର୍ଗତ ତହିଁରୁ ରୋଗ ନିବାରଣକାରୀ।୪


ଶିକ୍ଷାନୁଷ୍ଠାନ ଭରିଛି ଖୋର୍ଦ୍ଧାରେ ବିଶ୍ୱବିଦ୍ୟାଳୟ ମାଳ

ଉତ୍କଳ ରମାଦେବୀ ସଂସ୍କୃତି ପୁଣି କିଟ୍ ସୋଆ ସିଭିଆର୍।

ବରୁଣାଇ ପାହାଡ ଜୟଦେବ ବାଟିକା ଝୁମୁକା ବଟାନିକାଲ

ପିକନିକ୍ ପାଇଁ ଖୋର୍ଦ୍ଧା ଜିଲ୍ଲାରେ ସମାଗମ ମାଳମାଳ।୫


ଜଗନ୍ନାଥ ଦିନେ ପାତାଳୀ ହୋଇଲେ କଳା ପାହାଡର ଡରେ

ରାଜା ରାମଚନ୍ଦ୍ର ଦେବ ବୁଲୁଥିଲେ ଲୁଚାଇଣ ଚିଲିକାରେ ।

ଖୋର୍ଦ୍ଧା ପାଇକ ବିଗୁଲ୍ ଫୁଙ୍କିଲେ ସ୍ୱାଧୀନତା ଆନ୍ଦୋଳନ

ପାଇକ ବିଦ୍ରୋହ ଦୁଇଶତ ବର୍ଷ ସତରରେ ସମାପନ।୬


କଳିଙ୍ଗ ଯୁଦ୍ଧରେ ଶୋଣିତେ ଭରିଲେ ଦୟା ନଦୀ ଜଳ ରାଶି

ଚଣ୍ଡାଶୋକ ହେଲା ଧର୍ମାଶୋକ ତହିଁ ଖୋରଧାର ଯଶ ଦିଶି।

ଧଉଳିର ଶାନ୍ତି ସ୍ତୁପ ମହାକୀର୍ତ୍ତି କପିଳପ୍ରସାଦ ଖନନ

ପୂରାତନ ସାମ୍ରାଜ୍ୟର ବାର୍ତ୍ତାବହ ଶିଶୁପାଳଗଡ ପୁଣ।୭


ମହାମେଘବାହନ ଐର ଖାରବେଳ ରାଣୀଗୁମ୍ଫା ଖଣ୍ଡଗିରି

ଉଦୟଗିରିର ଶିଳାଲିପି ଗାତ୍ରେ ବର୍ଣ୍ଣନା ରହିଛି ପୁରି।

ଖୋର୍ଦ୍ଧାର ନାଲି ଗାମୁଛା ପ୍ରସିଦ୍ଧ ପାଇକଛା ମାରିଦେଲେ

ବାଗୁଡି ପୁଞ୍ଚି କି ମାଲକୁସ୍ତି ହେଉ ଚିରିବନି କେବେହେଲେ।୮


ଫାଶି ଦିଆ ବର ଆଜି ବି ଗାଉଛି ଖୋରଧା ବୀରର ଗାଥା

ବ୍ରିଟିଶ୍ ରାଜର ବର୍ବର କାହାଣୀ ଲୋମହର୍ଷଣକାରୀତା।

ଜୟୀ ରାଜଗୁରୁ ବକ୍ସି ଜଗବନ୍ଧୁ ଦୁହିଁଙ୍କ ଦମନ ପରେ

ବ୍ରିଟିଶ୍ ରାଜତ୍ଵ ଓଡିଶା ମାଟିରେ ସଜୋରେ ପକ୍ଷ ବିସ୍ତାରେ।୯


ତିରିଶି ହଜାର ଆଦିବାସୀ ପିଲା କିସରେ ପଢୁଛନ୍ତି 

ଯାହାର ଯେପରି ଯୋଗ୍ୟତା ସେପରି ମାଗଣା ପାଠ ପଢନ୍ତି।

କିଟ୍ କିମସ୍ ମହାଦୃମ ହେଲା ପୃଥିବୀରେ ପରିଚୟ 

ବିଶ୍ୱ ମାନଚିତ୍ରେ ଓଡିଶାର ସ୍ଥାନ କରିଛି ତାହା ନିଶ୍ଚୟ।୧୦


ସଚ୍ଚି ରାଉତରା ଗୋଦାବରୀଶ ମିଶ୍ର ଦୁଇ ମହାତେଜା କବି

ନ୍ୟାୟମୂର୍ତ୍ତି ରଙ୍ଗନାଥ ଦୀପକ ମିଶ୍ର ଉଚ୍ଚତମ ନ୍ୟାୟ ରବି।

ଐତିହ୍ୟ ସଂସ୍କୃତି ଧର୍ମ ରାଜନୀତି ଘଟେ ଯହିଁ ସମ୍ମିଶ୍ରଣ

ପ୍ରମୁଖ ଜିଲ୍ଲା ସେ ଉନ୍ନତ ଶିର ରାଇଜର ଶିରସ୍ତ୍ରାଣ।୧୧



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍