STORYMIRROR

Geetanjali Prusty

Others

4  

Geetanjali Prusty

Others

ଜୀବନଟା ଏକ ପାନ୍ଥଶାଳା

ଜୀବନଟା ଏକ ପାନ୍ଥଶାଳା

1 min
388


ପାନ୍ଥଶାଳା କେବେ ପଚାରି ବୁଝେନା

ପଥିକର ପରିଚୟ

ଅନୁସନ୍ଧାନ ବି କେବେ ସେ କରେନା

ଧନୀ କିବା ଅସହାୟ l


ନିରୋଳା ଆଶ୍ରୟ ଦେଇ ସେ ସଭିଙ୍କୁ

ଆପଣାର କରିନିଏ

ଦିନେ ବା ଓଳିଏ ତା'କୋଳରେ ରହି

ବାଟ ଭାଙ୍ଗି ଚାଲି ଯାଏ ।


ପୁଣି କେବେ କେହି ମଣିଷ ପଣିଆ

ଭୁଲି ରଖେ ସ୍ଵାର୍ଥେ ଲୟ

ପାନ୍ଥଶାଳା କେବେ ପଚାରି ବୁଝେନା

ପଥିକର ପରିଚୟ ।। (1)


 ସମୟ ଚକ୍ରରେ ବୁଲି ବୁଲି କେହି

ପୁନର୍ବାର ଫେରିଆସେ

ସ୍ୱାଗତ ଗୀତିକା ଗାଏ ପାନ୍ଥଶାଳା

ସ୍ମୃତି ମିଶା ଦରହାସେ l


ସଂସାର ଟା ପରା ସ୍ନିଗ୍ଧ ପାନ୍ଥଶାଳା

ମଣିଷ ପଥିକ ସମ

ଅଢ଼େଇ ଦିନର ଅଭିନୟ ସାରି

ଛାଡ଼ି ଯାଏ ଧରା ଧାମ ।


କାଳ ବଳେ ସର୍ବେ ଆସନ୍ତି ଯାଆନ୍ତି

ସାରି ନିଜ ଅଭିନୟ

ପାନ୍ଥଶାଳା କେବେ ପଚାରିବୁଝେନା

ପଥିକର ପରିଚୟ ।। (2)


ଭଲ ଅବା ମନ୍ଦ ପୁଣ୍ୟର ପସରା

ଛାଡ଼ି ଯାଏ ଚଲା ପଥେ

ସେହି ସ୍ମୃତି କେବେ ଜାଗ୍ରତ ହୋଇ

ରହି ଯାଏ କାଳ ସାଥେ l


କର୍ମରେ ପ୍ରଖ୍ୟାତ କର୍ମେ ପରିତ୍ୟକ୍ତ

କର୍ମହିଁ ସଂସାରେ ସାର

ନର ଦେହେ ଜନ୍ମ ଶ୍ରେଷ୍ଠ ପରିଣାମ

ପ୍ରଭୁ ନାମ କଣ୍ଠେ ସ୍ମର l


ମାନବ ସେବିଲେ ମାଧବଙ୍କ ସେଵା

ବିଶ୍ୱ ହେବ ମଧୁମୟ

ପାନ୍ଥଶାଳା କେବେ ପଚାରିବୁଝେନା

ପଥିକ ର ପରିଚୟ ।। (3)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍