STORYMIRROR

PRABHAS KUMAR MOHAPATRA

Others

3  

PRABHAS KUMAR MOHAPATRA

Others

ଜୀବନ୍ତ ଠାକୁର

ଜୀବନ୍ତ ଠାକୁର

1 min
162

ଜୀବନ୍ତ ଈଶ୍ୱର ,ସ୍ଵରୂପ ତାଙ୍କର

ଦେଖିନାହିଁ ମୁଁ ଚକ୍ଷୁ ରେ ।

ଦେଖୁଛି ଦୁହିଁଙ୍କୁ ,ଜୀବନ୍ତ ମୋ ପ୍ରଭୁ

ମାତା ପିତା ଏ ମହୀରେ ।।୧


ଜନ୍ମ ଦେଇ ମୋତେ ,ଆଣିଲେ ସଂସାରେ

ସାଜିଣ ଯେ ସୃଷ୍ଟି କର୍ତ୍ତା ।

ଆହାର ଦେଇଣ ,କଲେ ଯେ ଲାଳନ

ସାଜିଣ ପାଳନ କର୍ତ୍ତା ।।୨


ଦୁଷ୍ଟାମି ର ଯେବେ, ଚରମେ ପହଞ୍ଚେ

ସାଜନ୍ତି ଶାସନ କର୍ତ୍ତା ।

ଅବାଟରେ ଗଲେ, ବାଟ ଯେ ଦେଖାନ୍ତି

ଦିଅନ୍ତି ନୂତନ ବାର୍ତ୍ତା ।।୩


ଅଜ୍ଞାନ ଅନ୍ଧାର, ଦୂର କରି ମୋର

ସାଜିଲ ପ୍ରଥମ ଗୁରୁ ।

ଜୀବନେ ମାଗୁଣି ,ଯାହା ମୁଁ କରିଛି

ଦେଇଛନ୍ତି ଶୁଣିବାରୁ ।।୪


କେତେ ମୁଁ ଡାକିଛି ,ମନ୍ଦିର ସମ୍ମୁଖେ

ନ ଦେଲେ କେହି ଉତ୍ତର ।

ଡାକେ ମୁହିଁ ଯେବେ ,ମାତା ପିତା ଶବ୍ଦେ

ଦିଅନ୍ତି ପ୍ରତି ଉତ୍ତର ।।୫


ମୋର ଦୁଃଖେ ଦୁଃଖୀ ,ସୁଖେ ମୋର ସୁଖୀ

ଥାଆନ୍ତି ହୋଇ ଯେ ସିଏ ।

ତାଙ୍କ ଛଡ଼ା ମୁହିଁ, ଆଉ ଜାଣିନାହିଁ

ଈଶ୍ୱର ଅଛନ୍ତି କିଏ ।।୬


ସେହି ଯେ ମାେ ପାଇଁ ,ଚଳନ୍ତି ଠାକୁର

ଲାଗନ୍ତି ଭାରି ସୁନ୍ଦର ।

ତାଙ୍କ ଠୁ ନିଜର ,ନାହିଁ କେହି ମୋର

କଥା କୁହା ସେ ଠାକୁର ।।୭


ତାଙ୍କରି ଚରଣେ ,ମୋର ମନ ପ୍ରାଣ

ମୋ ହୃଦେ ତାଙ୍କରି ସ୍ଥାନ।

କରୁଥିବି ସଦା ,ଜୀବନରେ ପୂଜା

ଦୁହେଁ ମୋର ଭଗବାନ ।।୮



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍