STORYMIRROR

Santosh Pattnayak

Others

4  

Santosh Pattnayak

Others

ଜୀବନର ସର୍ବ ସୁଖ

ଜୀବନର ସର୍ବ ସୁଖ

1 min
24.1K

ସ୍ତିରିକୁ ଚିହ୍ନିବ 

ସରିଗଲେ ବିତ୍ତ 

ବିପଦେ ଚିହ୍ନିବ ମିତ ,,,


ମାଆ ନ କହିଲେ 

ବାପା ପରିଚୟ 

କର୍ଣ୍ଣ ହୁଏ ସୂତପୁତ .....


ଭାଇକୁ ଚିହ୍ନିବ 

ପଡିଶା କଳିରେ 

ଯେବେ ଦବ ତୁମ ସାଥ ,,,


ଦୁଃଖର ମନକୁ

ଚିହ୍ନଇ ଭଉଣୀ

ମର୍ତ୍ତ୍ୟର ସେ ପାରିଜାତ ....


ବନ୍ଧୁଙ୍କୁ ଚିହ୍ନିବ 

ଦୂରରୁ ହସିଲେ 

ସଖା ସିଏ ଭଗବାନ ....


ପୁଅକୁ ଚିହ୍ନିବ 

ବୁଢ଼ା କାଳ ହେଲେ 

ଦେବ ଯେବେ ସନମାନ ....


ଜହ୍ନଠୁ ଶୀତଳ 

ପ୍ରିୟାର ପରସ 

ଦେଲେ ପୀରତିର ଛାପ ,,,


ନାରୀରୁ ଆରମ୍ଭ 

ନାରୀପାଖେ ଶେଷ 

ଜୀବନର ସର୍ବ ସୁଖ ।।


Rate this content
Log in