ଜୀବନର ପ୍ରଶ୍ନ
ଜୀବନର ପ୍ରଶ୍ନ
1 min
282
ତା' ହାତଲେଖା ମୋ ହାତରେ
ସାଇତା ସ୍ମୃତି ଅବା ଆଉକିଛି
ଅସମାହିତ ପ୍ରଶ୍ନର ଉତ୍ତର ସବୁ
ବୋଧହୁଏ ଜୀବନର ଅସମାହିତ
ପ୍ରଶ୍ନର ଉତ୍ତର ସବୁ
ଅଙ୍କା ହୋଇଛି ସେ କାଗଜରେ
ସେ ନାହିଁ
କେଉଁ ଯୋଜନ ଯୋଜନ ଦୂରରେ
ଦୀର୍ଘ ଅଠେଇଶ ବର୍ଷ ପରେ
ରୁଟ୍ ଟୁ ଏକ ଅପରିମେୟ ସଂଖ୍ୟା
ସାରଙ୍କ ଗଣିତ ବୁଝାଇବା ଖାଲି
ଚକଖଡି ଆଉ କଳାପଟାରେ ସୀମିତ
ହେଲେ ପ୍ରାଞ୍ଜଳ ଭାବେ ସେ
ବୁଝାଇଥିଲା
ମୁଢି ଚେନାଚୁର ଖାଇବା
ପିଜୁଳି ଡାଳିମ୍ବ
ଆମ୍ବ,କଇଁଆ
ସରସ୍ୱତୀ ପୂଜାରେ ପତାକା ଲଗାଇବା
କବାଡି,ଖୋ ଖୋ ଖେଳ
ସବୁ ପ୍ରାୟ ବିସ୍ମୃତ
ହେଲେ ଏବେବି ହାତରେ
ରହିଯାଇଛି ସେହି
ଚାରିଚଉତା କାଗଜ ଖଣ୍ଡକରେ
ଅସମାହିତ ପ୍ରଶ୍ନର ସହଜ
ସମାଧାନ
ରୁଟ୍ ଟୁ ଏକ ଅପରିମେୟ ସଂଖ୍ୟା ।