STORYMIRROR

Bunee Tripathy

Others

4  

Bunee Tripathy

Others

ଜୀବନର ପରିଭାଷା

ଜୀବନର ପରିଭାଷା

1 min
232

ଦୁଇମନ ଯଦି ହୋଇଯାଏ ଏକ

    ଗଢିଉଠେ ପରା ପ୍ରେମ

ଦୁଇଟି ଶରୀର ହୋଇଗଲେ ଏକ

   ଗଢା ଦାମ୍ପତ୍ୟ ଜୀବନ।


ସବୁଠୁ ନିଆରା ଅଟଇ ତ ମୁହିଁ

    ସାଥି ବିନା ମୋ ଜୀବନ

ଵିସ୍ତିର୍ଣ୍ଣ ଆକାଶ ପରିବ୍ୟାପ୍ତ ମହୀ

    ତାମଧ୍ଯେ ମୋର ପରାଣ।


ଲୋତକର ଧାର ବୋହିଯାଉଥିଲେ

   ଆହା କହନ୍ତିନି କେହି

ଭୋକେ ଥିଲେ କେହି ଡାକନ୍ତିନି ପରା

   ଏକାକି ଜୀବନ ଏହି।


ନିଃସଙ୍ଗ ଜୀବନ ବୋଝ ପରି ଲାଗେ

   ସରେ ନାହିଁ ବେଳକାଳ

ସମାଜ ଆଖିରେ ଘୃଣିତ ପରାଏ

   ବଞ୍ଚିବାଟା ହୁଏ ସାର।


ଥୁଣ୍ଟା ଗଛ ସମ ରହିଅଛି ମୁହିଁ

   ନାହିଁତ ସାହାରା କେହି

ଅଭଚାଷ ବାଆ ବାତ୍ୟା ରୂପ ନେଇ

   ଦେବସେ କେବେ ଶୁଆଇ।


ବନ୍ଧୁ ପରିଜନ ସାହି ପଡିଶାତ

   କେହି ନାହିଁ ପାଶେ ମୋର

ଦୁଃଖରେ ସୁଖରେ ମୋ ପାଖରେ କେହି

   ହୁଅନ୍ତିନି ମୋ ଆସରା।


ଜୀବନ ସଂଗ୍ରାମେ ରକ୍ତାକ୍ତ ହୋଇଣ

   କେତେ ମୁଁ ଆଉ ଲଢିବି

ଅସ୍ତ୍ର ଧରିବାକୁ ପାଉନାହିଁ ବଳ

   ସେପୁରକୁ ଏବେ ଯିବି।


ଏକାକି ବଞ୍ଚିବା ମରଣ ସହିତ

   ଅଟେ ପ୍ରାୟ ସମାନ୍ତଳ

ଜୀବନ ରାସ୍ତାରେ ଚାଲିବାକୁ ହେଲେ

   ସାଥିଟିଏ ଦରକାର।


ନିର୍ଜିବ ଭାବରେ ଜିଇଁବା ମରିବା

   ନ ଦିଅନ୍ତୁ କାହା ଭାଗ୍ଯେ

ଏକାକିତ୍ବ ଅଟେ ମରଣ ଯନ୍ତା ତ

  ଭୋଗେ ଖାଲି ହତଭାଗ୍ଯ।


ଏକାକି ଜୀବନ ପାଇବାକୁ କିଛି

  କେବେ କରିନାହିଁ ଆଶା

ନେଇଯିବେ ସବୁ ଦେବେନାହିଁ କିଛି

   ଜୀବନର ପରିଭାଷା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍