ଜୀବନର ମୋଡ଼
ଜୀବନର ମୋଡ଼
ମୁଁ ଚାହିଁଥିଲି ସତ୍ଯ ଆଉ ଶାନ୍ତି
ଗୋଟେ ପବିତ୍ରତାର ମୋହ
ମୋତେ ରଖିବେ ଈଶ୍ବର ତାଙ୍କ କୋଳରେ ସାଉଁଟି।
ହେଲେ ଜୀବନର ମୋଡ଼
ସବୁ ଭିନ୍ନ ହୋଇଗଲା
ସନ୍ନ୍ଯାସରୁ ଗୃହସ୍ଥ
ମୋର ସବୁ ବୃଥା ଅସ୍ଫାଳନ ଆଉ ଶପଥ
ପାଣିର ଗାର।
ଗୋଟେ ବିପରୀତ ଲିଙ୍ଗରେ ଢଳଢ଼ଳ
ବାଧ୍ଯ ହେଲି ଆଦରି ନେବାକୁ
ସେଇ କଷି ଝିଅଟି ବି ବୁଝିଲାନି
ମୋ ଡହଳ ବିକଳକୁ
ସନ୍ନ୍ଯାସୀ ବୋଲି ବି ଭାବିଲିନି
ଜୋର କିନି ଟାଣିନେଲା ମୋ
ତତଲା ଲୁହାକୁ।
ଦିନେ ଦୁଇଦିନ ଜୋରକିନି ତା କାମନା ବାଣରେ
ଯେବେ ଅଭ୍ଯାସରେ ପଡି଼ଗଲି
କଳକଳ କଳକଳ ନିର୍ଝର ତା ଆକର୍ଷିଲା
ପାହାଡ଼କୁ ଧରି ଶିଖର ଚଢି଼ବା।
ମୋର ଇଛା ନ ଥିଲେ ବି ଇଛାରେ ପଡି଼ଗଲି
ଜୀବନର ମୋଡ଼ ବଦଳିଲା
ଏବେ ଗାଣ୍ଡୁଏ ପିଲାର ବାପା
ଏ କହୁଛି ଏଇଟା ସେ କହୁଛି ସେଇଟା
କାଦୁଅରେ ପଶିଛି ତ
ଦହି ହୋଇ ଯାଉଛି ଜୀବନ
ଧିକ ମୋର ଜୀବନ ସଂଗ୍ରାମ।
ଜୀବନର ମୋଡ଼ ଆଣିଦେଲା
ଦୁଃଖ ଓ ଯାତନା
ଯାହା ଇଛା ନ ଥାଇ ବି ଢଳଢ଼ଳ
ତା ପଦ୍ମ ପାଖୁଡାରେ।
